ଓଡିଶା

odisha

ETV Bharat / state

ଜାତୀୟ ଅନୁସୂଚିତ ଜନଜାତିଙ୍କ ନିକଟରେ ହାଜର ପାଇଁ ଜିଲ୍ଲାପାଳଙ୍କୁ ସମନ - ଜଗତସିଂହପୁର ଜାତୀୟ ଅନୁସୂଚିତ ଜନଜାତିର ନିର୍ଦ୍ଦେଶ ଖବର

ଜଗତସିଂହପୁର ଜିଲ୍ଲାପାଳଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ସମନ ଜାରି କରିଛନ୍ତି । ଆସନ୍ତା ଜୁନ ୨ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ଜାତୀୟ ଅନୁସୂଚିତ ଜନଜାତିଙ୍କ ନିକଟରେ ହାଜର ପାଇଁ ଜିଲ୍ଲାପାଳଙ୍କୁ ସମନ
ଜାତୀୟ ଅନୁସୂଚିତ ଜନଜାତିଙ୍କ ନିକଟରେ ହାଜର ପାଇଁ ଜିଲ୍ଲାପାଳଙ୍କୁ ସମନ

By

Published : May 26, 2022, 9:59 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ସମନ ଜାରି କରିଛନ୍ତି । ଆସନ୍ତା ଜୁନ ୨ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ଜଗତସିଂହପୁର ସଦର ତହସିଲ ଅନ୍ତର୍ଗତ ଓଡିଶା ପଞ୍ଚାୟତର ମାଟିଆ ସମ୍ପ୍ରଦାୟର ଅଲେଖ ପ୍ରଧାନଙ୍କୁ ତହସିଲଦାର ଜାତିଗତ ପ୍ରମାଣପତ୍ର ଦେଇନଥିଲେ । ଫଳରେ ସେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ।

ଯାହାକୁ ନେଇ ଅଲେଖ ପ୍ରଧାନ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଆସିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା । କିନ୍ତୁ, ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସଂଗଠନ ପକ୍ଷରୁ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । କମିଶନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲ୍ଲାପାଳଙ୍କୁ ଆସନ୍ତା ଜୁନ 2 ତାରିଖ ହଜାର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details