ଓଡିଶା

odisha

By

Published : Dec 11, 2021, 10:45 PM IST

ETV Bharat / state

ଜଗତସିଂହପୁରରେ ଗଡୁଛି ଏକାଧିକ ମାମଲା: ଉଦବେଗ ପ୍ରକାଶ କଲେ ବିଚାରପତି

ଜଗତସିଂହପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଅପୋଷ ସମାଧାନ ଦିଗରେ ପୋଲିସ ପ୍ରୟାସ କରୁ ନ ଥିବାରୁ କେସ ସଂଖ୍ୟା ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

ଜଗତସିଂହପୁରରେ ଗଡୁଛି ଏକାଧିକ ମାମଲା : ଉଦବେଗ ପ୍ରକାଶ କଲେ ବିଚାରପତି
ଜଗତସିଂହପୁରରେ ଗଡୁଛି ଏକାଧିକ ମାମଲା : ଉଦବେଗ ପ୍ରକାଶ କଲେ ବିଚାରପତି

ଜଗତସିଂହପୁର : ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଅପୋଷ ସମାଧାନ ଦିଗରେ ପୋଲିସ ପ୍ରୟାସ କରୁ ନ ଥିବାରୁ କେସ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ସାଧାରଣ ଲୋକଟିଏ ନ୍ୟାୟ ପାଇବା ପାଇଁ ବିଳମ୍ବ ହେଉଥିବା କୁହାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ ଲୋକ ଅଦାଲତ କରାଯାଇ ମାମଲାର ତ୍ୱରିତ ଫଇସଲା କରାଯାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ପୋଲିସ ଓ ପଞ୍ଚାୟତ ସ୍ତରରେ ଅପୋଷ ସମାଧାନ ଦିଗରେ କାର୍ଯ୍ୟ କରାଗଲେ ଲୋକେ ଶୀଘ୍ର ନ୍ୟାୟ ପାଇବା ସମ୍ଭବ ହୋଇ ପାରିବ ବୋଲି କୁହାଯାଇଛି।

ଜଗତସିଂହପୁରରେ ଗଡୁଛି ଏକାଧିକ ମାମଲା : ଉଦବେଗ ପ୍ରକାଶ କଲେ ବିଚାରପତି

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଓ ଅପରାଧ ଜନିତ 1495 ମାମଲା ପଡି ରହିଥିବାବେଳେ ଆର୍ଥିକ ଅନିୟମିତତାକୁ ନେଇ 6 ହଜାର 5ଶହ 64 ଟି ମାମଲା ବିଚାର ପାଇଁ ପଡି ରହିଛି । ଆଜି(ଶନିବାର) ଏହି ମାମଲା ମଧ୍ୟରୁ 302ଟି ମାମଲାର ତ୍ୱରିତ ବିଚାର କରାଯିବା ସହିତ ଅପୋଷ ସମାଧାନ ଦିଗରେ ପୋଲିସ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ ଅନୁପ କୁମାର ଚନ୍ଦନ, ଜଷ୍ଟିସ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଇତିଶ୍ରୀ ମାଲବିକା ଭୁଇଁଆ, ପ୍ରମୁଖ ବିଚାରପତି ମାନେ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details