ଓଡିଶା

odisha

ETV Bharat / state

Dhinkia Tension: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ SP ଅଫିସ ଘେରାଉ

ଜଗତସିଂହପୁର ଜିଲ୍ଲାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଘେରାଉ କରାଯାଇଛି । ଏହାସହ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଅଧିକ ପଢନ୍ତୁ

By

Published : Jan 19, 2022, 7:13 PM IST

Dhinkia Tension : ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ SP ଅଫିସ ଘେରାଉ
Dhinkia Tension : ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ SP ଅଫିସ ଘେରାଉ

ଜଗତସିଂହପୁର: ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି (ବୁଧବାର) ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଘେରାଉ କରାଯାଇଛି । ଏହାସହ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ରଶ୍ମି ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ସଂଗଠନର କର୍ମକର୍ତ୍ତାମାନେ ଢ଼ିଙ୍କିଆରେ ହୋଇଥିବା ପୋଲିସର ଲାଠି ମାଡ ଘଟଣାକୁ ବିରୋଧ କରିଛନ୍ତି ।

Dhinkia Tension : ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ SP ଅଫିସ ଘେରାଉ

ଏହାସହ ତୁରନ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସହମତି ଭିତ୍ତିରେ ଶିଳ୍ପ ନିର୍ମାଣକୁ ନବ ନିର୍ମାଣ କୃଷକ ସଙ୍ଗଠନ ସ୍ୱାଗତ କରୁଛି। କିନ୍ତୁ ବନ୍ଧୁକ ମୁନରେ କମ୍ପାନୀ ପାଇଁ ପୋଲିସ ଯେଉଁ ଭଳି ବର୍ବରତା ଚଳାଇଛି । ତାର ବିରୋଧରେ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ତ୍ରିବ୍ରତର କରିବାକୁ ଚେତାବନୀ ଦେଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details