ଜଗତସିଂହପୁର: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି(ଗୁରୁବାର) କଟକ-ପାରାଦ୍ବୀପ ରୋଡର ଜୟପୁର ନିକଟରେ ରାସ୍ତା ଅବରୋଧ କରିବା ସହ ସଙ୍ଗଠନର କର୍ମକର୍ତ୍ତାମାନେ ଧାରଣାରେ ବସିଛନ୍ତି । ଏଥିରେ ଶତାଧିକ ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ଏକାଠି ହୋଇ ପ୍ରତିବାଦ କରିବା ସହ ତୁରନ୍ତ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଥିଲେ ।
ନବ ନିର୍ମାଣ କୃଷକ ସଙ୍ଗଠନର ରାସ୍ତା ଅବରୋଧ - ଜଗତସିଂହପୁର
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି(ଗୁରୁବାର) କଟକ-ପାରାଦ୍ବୀପ ରୋଡର ଜୟପୁର ନିକଟରେ ରାସ୍ତା ଅବରୋଧ କରିବା ସହ ସଙ୍ଗଠନର କର୍ମକର୍ତ୍ତାମାନେ ଧାରଣରେ ବସିଛନ୍ତି । ଅଧିକ ପଢନ୍ତୁ...
ନବ ନିର୍ମାଣ କୃଷକ ସଙ୍ଗଠନର ରାସ୍ତା ଅବରୋଧ
କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର, ଚାଷୀକୁ ପେନସନ, ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟାୟନ, ରିଲିଫ କୋର୍ଡର ସଂଶୋଧନ, ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥା, ସରକାରୀ ଶୀତଳ ଭଣ୍ଡାରର ନିର୍ମାଣ, ବେକାରୀ ନିଯୁକ୍ତି ଓ ସୃଦୃଢ କୃଷି ଭିତ୍ତିଭୂମିର ନିର୍ମାଣ ଦାବିରେ ଏହି ରାସ୍ତାରୋକ କରାଯାଇଥିଲା । ରାସ୍ତାରୋକ କରାଯିବାରୁ କଟକ-ପାରାଦ୍ବୀପ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ