ଓଡିଶା

odisha

ETV Bharat / state

ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ଉଦଯାପିତ

ଜଗତସିଂହପୁରରେ କାଳିଆ ଯୋଜନାରୁ ବଞ୍ଚିତ ଚାଷୀଙ୍କୁ ସାମିଲ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ ।

naba-nirmana-krusaka-sangathana-protest-in-jagatsinghpur-district
ଫଟୋ ସୌଜନ୍ୟ : ପ୍ରତିନିଧି, ଜଗତସିଂହପୁର

By

Published : Nov 29, 2019, 6:39 PM IST

ଜଗତସିଂହପୁର: ଦୀର୍ଘ ସାତଦିନ ଧରି ଚାଲୁଥିବା ନବନିର୍ମାଣ କୃଷକ ସଂଗଠନର ପ୍ରତିବାଦ ରାଲି ଜଗତସିଂହପୁରରେ ଉଦଯାପିତ ହୋଇଛି । କାଳିଆ ଯୋଜନାରୁ ବଞ୍ଚିତ ଚାଷୀଙ୍କୁ ସାମିଲ କରିବାପାଇଁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁରରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ମାନେ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ସରକାରଙ୍କ କାଳିଆ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ରାଜ୍ୟ ସରକାର ୫୧ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି କିନ୍ତୁ ବଳକା ୨୪ ଲକ୍ଷ୍ୟ ଚଷୀଙ୍କୁ କାଳିଆ ଯୋଜନାରୁ କାହିଁକି ବଞ୍ଚିତ କରାଗଲା ବୋଲି ପ୍ରଶ୍ନ କରିଛି ସଂଗଠନ । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details