ଜଗତସିଂହପୁର: ଜିଲ୍ଲାରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ । ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ନୂତନ କୃଷି ଆଇନକୁ ବିରୋଧ କରି ଏହି କୃଷକ ସଙ୍ଗଠନ ପକ୍ଷରୁ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ବିଗତ କିଛିଦିନରେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା କୃଷକମାନଙ୍କ ପ୍ରତି ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ସେମାନଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଛି ।
କୃଷି ଆଇନକୁ ନବ ନିର୍ମାଣ କୃଷକ ସଙ୍ଗଠନର ବିରୋଧ - jagatsinghpur protest against farm law
ନୂତନ କୃଷି ଆଇନକୁ ବିରୋଧ କରି ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ । ଅଧକ ପଢନ୍ତୁ...
କୃଷି ଆଇନକୁ ନବ ନିର୍ମାଣ କୃଷକ ସଙ୍ଗଠନର ବିରୋଧ
କୃଷି ଆଇନକୁ ନବ ନିର୍ମାଣ କୃଷକ ସଙ୍ଗଠନର ବିରୋଧ
ସମଗ୍ର ଦେଶକୁ ଆହାର ଯୋଗାଉଥିବା ଚାଷୀ ଏବେ ଭୟଙ୍କର ଥଣ୍ଡାରେ ରାଜରାସ୍ତାରେ ବସିଥିବା ବେଳେ କେନ୍ଦ୍ର ସରକାର ହୃଦୟହୀନ ହୋଇ ସେମାନଙ୍କ ପ୍ରତି ଦୃଷ୍ଟି ଦେଉ ନଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ କରିଛି । ତେବେ ଏହି ଆନ୍ଦୋଳନରେ ସଙ୍ଗଠନର ସମ୍ପାଦକ ରଶ୍ମି ରଞ୍ଜନ ସ୍ବାଇଁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ