ଜଗତସିଂହପୁର: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ସଙ୍ଗଠନର କର୍ମକର୍ତ୍ତାମାନେ ଦିଲ୍ଲୀ ଯାତ୍ରା କରିଛନ୍ତି । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ଏହି ସଙ୍ଗଠନ ଯୋଗ ଦେବ । କଳା ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ପ୍ରବଳ ଥଣ୍ଡାରେ ମାସ ମାସ କାଳ ଧାରଣା ଦେବା ସତ୍ତ୍ବେ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଏହାସହ କୃଷି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସଙ୍ଗଠନ ପକ୍ଷରୁ ସ୍ବାଗତ କରାଯାଇଛି ।
କୃଷି ଆଇନକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର ଦିଲ୍ଲୀ ଯାତ୍ରା - କୃଷି ଆଇନ ବିରୋଧ
କୃଷି ଆଇନକୁ ବିରୋଧ କରି ଦିଲ୍ଲୀ କୃଷକ ଆନ୍ଦୋଳନରେ ଯୋଗ ଦେବାକୁ ବସ ଯୋଗେ ଦିଲ୍ଲୀ ଯାତ୍ରା କରୁଛି ନବ ନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ...
କୃଷି ଆଇନକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର ଦିଲ୍ଲୀ ଯାତ୍ରା
କୃଷି ଆଇନକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର ଦିଲ୍ଲୀ ଯାତ୍ରା
ଦିଲ୍ଲୀରେ ଆନ୍ଦୋଳକୁ ଆହୁରି ତୀବ୍ର କରିବାକୁ ସଙ୍ଗଠନର କର୍ମକର୍ତ୍ତା ବସ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି । କେନ୍ଦ୍ର ସରକାର ଯେ ପର୍ଯ୍ୟନ୍ତ ଏହି ଆଇନ ପ୍ରତ୍ୟାହାର କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ