ଓଡିଶା

odisha

ETV Bharat / state

‘ମୋ ସ୍ବାମୀକୁ ମାରିଛି ମଧୁ’ - ଜୀଅନ୍ତା ଜଳିଗଲା ଯୁବକ

‘ମଧୁ ସହ ଥିଲା ତାଙ୍କର ପ୍ରେମ ସମ୍ପର୍କ । ଅହମ୍ମଦାବାଦ ଯିବାକୁ କହି ସେ ମଧୁ ଘରକୁ କୁ ହିଁ ଆସିଥିଲେ । ହ୍ବାଟ୍ସୱପରେ ତା ସହ ଚାଟିଙ୍ଗ ବି କରନ୍ତି । ମଧୁ ସହ ଅନେକ ଅଶ୍ଳୀଳ ଓ ଅନ୍ତରଙ୍ଗ ଫଟୋ ମଧ୍ୟ ମୋବାଇଲରେ ରଖିଛନ୍ତି । ସେଇ ମଧୁ ହିଁ ମୋ ସ୍ବାମୀକୁ ପୋଡ଼ିଦେଇଛି ।’ ଏପରି ଖୁଲାସା କରିଛନ୍ତି ବାଲିକୁଦାରେ ଜୀଅନ୍ତା ପୋଡ଼ି ମ଼ୃତ୍ୟୁ ଘଟିଥିବା ଯୁବକଙ୍କ ପତ୍ନୀ ।

ଫଟୋ ସୌଜନ୍ଯ: ପ୍ରତିନିଧି, ଜଗତସିଂହପୁର

By

Published : Oct 7, 2019, 9:18 PM IST

ଜଗତସିଂହପୁର: ଜଗତସିଂହପୁରରେ ଜୀଅନ୍ତା ଜଳିଯାଇଥିବା ଯୁବକଙ୍କ ମିଳିଛି ପରିଚୟ । ବାଲିକୁଦା ଥାନା ଅନ୍ତର୍ଗତ ଦା’ଗାଁର ଏକ ସ୍କୁଲ ବାରଣ୍ଡାରୁ ମିଳିଥିଲା ଜୈନିକ ଯୁବକଙ୍କ ଅର୍ଦ୍ଦଦଗ୍ଧ ଶରୀର । ପୋଲିସ ଯୁବକ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ମଧୁ ସହ ଥିଲା ତାଙ୍କର ପ୍ରେମ ସମ୍ପର୍କ...

ମୃତକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଗୋପାଳପୁର ଅଞ୍ଚଳର ଯୁବକ କୃଷ୍ଣଚନ୍ଦ୍ର ଚମ୍ପତିରାୟ । ଦୀର୍ଘ ଦିନ ଧରି ଅହମଦାବାଦର ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଜଗତସିଂହପୁରର ଜଣେ ବିବାହିତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ମଧୁ ନାମଙ୍କ ଯୁବତୀଙ୍କ ସହ କୃଷ୍ଣଚନ୍ଦ୍ରଙ୍କର ସମ୍ପର୍କ ରହିଥିବା ପୋଲିସକୁ କହିଛନ୍ତି ଯୁବକଙ୍କ ପତ୍ନୀ ।

ତାଙ୍କ ସ୍ବାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ମଧୁ ଓ ତାର ପରିବାର ସାମିଲ ଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପତ୍ନୀ । ଏନେଇ ବାଲିକୁଦା ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ମାମଲାକୁ ଗୁରୁତର ଭାବେ ନେବା ସହ ତଦନ୍ତ ଆରମ୍ଭ କରିଛି ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details