ଓଡିଶା

odisha

ETV Bharat / state

Municipality Election : ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି - ଜଗତସିଂହପୁର ଖବର

ଜଗତସିଂହପୁର ଜିଲ୍ଲାର ଦୁଇଟି ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତସିଂହପୁର ଓ ପାରାଦୀପ ପୌର ପରିଷଦ ପାଇଁ ମାର୍ଚ୍ଚ 2 ତାରିଖ ଠାରୁ ମନୋନୟନ ଆରମ୍ଭ ହୋଇ 7 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକ ପଢନ୍ତୁ

Municipality Election : ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
Municipality Election : ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

By

Published : Mar 3, 2022, 10:50 PM IST

ଜଗତସିଂହପୁର :ଜିଲ୍ଲାର ଦୁଇଟି ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତସିଂହପୁର ଓ ପାରାଦୀପ ପୌର ପରିଷଦ ପାଇଁ ମାର୍ଚ୍ଚ 2 ତାରିଖ ଠାରୁ ମନୋନୟନ ଆରମ୍ଭ ହୋଇ 7 ତାରିଖ ପର୍ଯ୍ୟନ୍ତ ଚାଲିବ। ପାରଦୀପ ପୌର ପରିଷଦର ନିର୍ବାଚନ ଅଧିକାରୀ ଭାବେ ଧର୍ମେନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଜଗତସିଂହପୁର ପୌର ପରିଷଦର ନିର୍ବାଚନ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି।

Municipality Election : ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଜଗତସିଂହପୁର ପୌର ପରିଷଦ ଅଧିନରେ 21 ଟି ୱାର୍ଡ ରହିଛି। ଏଠାରେ 25 ହଜାର 517 ଭୋଟର ରହିଥିବା ବେଳେ, ଶୃଙ୍ଖଳିତ ନିର୍ବାଚନ ପାଇଁ 33 ଟି ବୁଥ ରେ ମତଦାନ ଅନୁଷ୍ଠିତ ହେବ। ସେହିପରି ପାରାଦୀପ ପୌର ପରିଷଦରେ 19 ଟି ୱାର୍ଡ ରହିଛି। ପାରାଦୀପ ପୌରାଞ୍ଚଳରେ ଭୋଟରଙ୍କ ସଂଖ୍ୟା 42 ହଜାର 116 ରହିଛି।

ସେମାନଙ୍କ ମଧ୍ୟରୁ 23992 ଜଣ ପୁରୁଷ ରହିଥିବା ବେଳେ 18114 ଜଣ ମହିଳା ଓ 10 ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ପାରାଦୀପରେ 64 ଟି ମତଦାନ କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଗୁରୁବାର ସୁଦ୍ଧା ଜଗତସିଂହପୁର ପୌର ପରିଷଦ ପ୍ରାର୍ଥୀ ପାଇଁ 14 ଜଣ ଫର୍ମ କିଣିଥିବା ବେଳେ 2 ଜଣ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ଫର୍ମ କିଣି ଥିବା ଜିଲ୍ଲା କାର୍ଯ୍ୟାଳୟ ସୂତ୍ରରୁ ଖବର ମିଳିଛି। ସେହିପରି ପାରାଦୀପରେ କାଉନସିଲର ପ୍ରାର୍ଥୀ ଭାବେ 37 ଜଣ ଫର୍ମ କିଣିଥିବାବେଳେ ଅଧ୍ୟକ୍ଷ ପଦବୀ ପାଇଁ 4 ଟି ଫର୍ମ ବିକ୍ରି ହୋଇଥିବା ପାରାଦୀପ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details