ଜଗତସିଂହପୁର:ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ପୌର ଭୋଟ ଗଣତି ପାଇଁ ଜଗତସିଂହପୁରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ କଡା ସୁରକ୍ଷା ବଳୟ ଭିତରେ ଆରମ୍ଭ ହୋଇଛି ଭୋଟ ଗଣତି ।
Municipal Vote Counting: ଜଗତସିଂହପୁରରେ ଚାଲିଛି ଭୋଟ ଗଣତି
ଜଗତସିଂହପୁର ପୌର ପରିଷଦ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ କଡା ସୁରକ୍ଷା ବଳୟ ଭିତରେ ଆରମ୍ଭ ହୋଇଛି ଭୋଟ ଗଣତି । ଅଧିକ ପଢନ୍ତୁ
Municipal Vote Couting: ଜଗତସିଂହପୁରରେ ଆରମ୍ଭ ହେଲା ଗଣତି ପ୍ରକ୍ରିୟା
ଗଣତି ପରେ ଫଳାଫଳ ଧୀରେ ଧୀରେ ଆସିବାରେ ଲାଗିଛି । ସକାଳ ୯ଟା ୩୦ ସୁଦ୍ଧା ବିଜେଡି ପ୍ରାର୍ଥୀ ରାଜଶ୍ରୀ ମହାପାତ୍ରଙ୍କ ଠାରୁ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂ ୬୦୦ରୁ ଅଧିକ ଭୋଟରେ ଆଗୁଆ ଥିବା ବେଳେ ୨୧ଟି ୱାର୍ଡ ମଧ୍ୟରୁ ୫ଟିରେ ବିଜେଡି ଆଗୁଆ ରହିଛି । ସେହିଭଳି କଂଗ୍ରେସ ୪ଟିୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟି ଓ ସ୍ୱାଧୀନ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ଭୋଟ ଗଣତି ବିଳମ୍ବ ହୋଇଥିବାରୁ ଫଳାଫଳ ହସ୍ତଗତ ହୋଇନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ