ଓଡିଶା

odisha

ETV Bharat / state

ଜଗତସିଂହପୁର ପୌର ପରିଷଦରେ ଭୋଟିଂ ଶେଷ, ୬ନଂ ୱାର୍ଡ ପାଇବ ନୂଆ କାଉନସିଲର

ଜଗତସିଂହପୁର ୬ନଂ ୱାର୍ଡରେ ଗତକାଲି ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ତେବେ ଏହି ୱାର୍ଡରେ ମୋଟ ଭୋଟରଙ୍କ ସଂଖ୍ୟା 1077 ଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ 835 ଜଣ ବ୍ୟକ୍ତି ନିଜର ମତଦାନ ଦେଇଛନ୍ତି। ଅଧିକ ପଢନ୍ତୁ

୬ନଂ ୱାର୍ଡରେ ଉପନିର୍ବାଚନ
୬ନଂ ୱାର୍ଡରେ ଉପନିର୍ବାଚନ

By ETV Bharat Odisha Team

Published : Nov 30, 2023, 7:32 AM IST

Updated : Nov 30, 2023, 8:47 AM IST

municipal election voting

ଜଗତସିଂହପୁର:ଜଗତସିଂହପୁର ୬ନଂ ୱାର୍ଡରେ ଉପନିର୍ବାଚନ ଅନୁଷ୍ଠିତ । ବିଜୁ ଜନତା ଦଳ ପ୍ରାର୍ଥୀ ସୌଭାଗ୍ୟ ଲକ୍ଷ୍ମୀ ରଥଙ୍କ ପରଲୋକ ହେବାପରେ କାଉନସିଲର ପଦବୀଟି ଖାଲି ପଡିଥିଲା । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ୱାର୍ଡରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । 4ଟି ବୁଥରେ ମତଦାନ ପ୍ରକ୍ରିୟା ସକାଳ10 ଟାରୁ ଆରମ୍ଭ ହୋଇ ସାନ୍ଧ୍ୟ 5ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଏହି ୱାର୍ଡରେ ମୋଟ ଭୋଟରଙ୍କ ସଂଖ୍ୟା 1077 ଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ 835 ଜଣ ବ୍ୟକ୍ତି ନିଜର ମତଦାନ ଦେଇଛନ୍ତି। ମୋଟ 77.53 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ୱାର୍ଡରେ ଉପନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ହୋଇ ପାରିବ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ସୂଚନା ଅନୁଯାୟୀ, ସାଧାରଣ ପୌର ନିର୍ବାଚନ ସମୟରେ ଜିଲ୍ଲାର ୬ନଂ ୱାର୍ଡର କାଉନସିଲର ଭାବେ ବିଜେଡି ପ୍ରାର୍ଥୀ ସୌଭାଗ୍ୟ ଲକ୍ଷ୍ମୀ ରଥ ନିର୍ବାଚିତ ହୋଇଥିଲେ। ହେଲେ ସୌଭାଗ୍ୟ ଲକ୍ଷ୍ମୀଙ୍କର 6ମାସ ପୂର୍ବରୁ ମୃତ୍ୟୁ ହୋଇଯିବା ପରେ ଏହି ପଦବୀଟି ଖାଲି ପଡିଥିଲା। ତେଣୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏହି ୱାର୍ଡରେ ଉପନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୌଭାଗ୍ୟ ଲକ୍ଷ୍ମୀଙ୍କ ପୁତ୍ର ବଧୂ ରୋଜାଲୀନ ଦାଶଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ସେହିପରି କଂଗ୍ରେସ ବିଜେଡି ସହିତ କଡ଼ା ଟକ୍କର ଦେବା ପାଇଁ ଚିନ୍ମୟୀ ନନ୍ଦଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।

ଏହା ମଧ୍ୟ ପଢନ୍ତୁ - 29ରେ ଜଗତସିଂହପୁର ପୌରପରିଷଦ ଉପନିର୍ବାଚନ, ପ୍ରଚାର ମୈଦାନରେ ହେଭିୱେଟ୍

ପ୍ରକାଶ ଥାଉକି, କଂଗ୍ରେସ ପ୍ରାର୍ଥୀ ପାଇଁ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ପ୍ରଚାରକୁ ଜୋରଦାର କରିଥିଲେ । ଏହି ୱାର୍ଡରେ ଭୋଟରଙ୍କ ସଂଖ୍ୟା 11 ଶହ ଥିବାବେଳେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଜଗତସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ ମଧ୍ୟ ବୁଲିବୁଲି ପ୍ରଚାର କରୁଥିଲେ । ଏହି ୱାର୍ଡ ପାଇଁ ଦୁଇ ହେବିୱେଟ୍ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଚାରକୁ ଜୋରଦାର କରିଥିଲେ । ତେବେ ଗତକାଲି ପୌର ପରିଷଦର 6 ନମ୍ବର ୱାର୍ଡ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଉପନିର୍ବାଚନରେ କିଏ ବାଜିମାତ କରୁଛି ତାହା ଉପରେ ସମସ୍ତଙ୍କର ନଜର ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 30, 2023, 8:47 AM IST

ABOUT THE AUTHOR

...view details