ଜଗତସିଂହପୁର: ଜିଲ୍ଲାରେ କଡାକଡ଼ା ହୋଇଛି ଟ୍ରାଫିକ ନିୟମ । ନିକଟରେ ଲାଗୁ ହୋଇଥିବା ମୋଟର ଯାନ ଆଇନକୁ ଲାଗୁ କରିବାକୁ ଅଣ୍ଟା ଭିଡିଛି ପୋଲିସ ବିଭାଗ । ଗତକାଲି ଟ୍ରାଫିକ୍ ନିୟମ ଉଲଘଂନ କରିଥିବା 212 ଟି ଗାଡି ଅଟକାଇଛି ପୋଲିସ । ସେମାନଙ୍କଠୁ ଆଦାୟ କରିଛି ମୋଟ 1 ଲକ୍ଷ 14 ହଜାର100 ଟଙ୍କା ।
ଜଗତସିଂହପୁରରେ ବି ଜଗିଲା ପୋଲିସ, ନିୟମ ଉଲଙ୍ଘନକାରୀ ଗଣିଲେ ଫାଇନ - ଫାଇନ ଆଦାୟ
ଜିଲ୍ଲାରେ ଟ୍ରାଫିକ ନିୟମ କଡାକଡି। ବିନା ହେଲମେଟରେ ଗଲେ ଗଣୁଛନ୍ତି ବଡଧରଣର ତଣ୍ଡ । ମଙ୍ଗଳବାର ପୋଲିସ 1 ଲକ୍ଷ 14 ହଜାର 100 ଟଙ୍କା ଫାଇନ ଆଦାୟ କରିଥିବା ବେଳେ ବୁଧବାର ଜୋରିମାନାର ପରିଣାମ 58 ହଜାର ।
ଡ଼ିଜାଇନ୍ ଫଟୋ
ସେହିଭଳି ଜିଲ୍ଲାରେ ଆଜି ମଧ୍ୟ 58 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜଗତସିଂହପୁର, ବାଲିକୁଦା, ନାଉଗାଁ, ଅଭୟଚାନ୍ଦପୁର, ତିର୍ତ୍ତୋଲ, ବିରିଡ଼ି, କୁଂଜଙ୍ଗ, ଏରସମା, ରଘୁନାଥପୁର ଓ ପାରାଦୀପ ଥାନା ଅଞ୍ଚଳରେ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ