ଓଡିଶା

odisha

ETV Bharat / state

ବନ୍ଧୁକ ମୁନରେ ଲୁଟିନେଲେ 3 ଲକ୍ଷରୁ ଊର୍ଦ୍ଧ୍ବ

ଜଗତସିଂହପୁର ଝିମାଣୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ୍ । ବନ୍ଧୁକ ମୁନରେ ଲୁଟ୍ ହୋଇଥିବା ସୂଚନା । ଅଧିକ ପଢନ୍ତୁ....

ବନ୍ଧୁକ ମୁନରେ ଲୁଟିନେଲେ 3 ଲକ୍ଷରୁ ଊର୍ଦ୍ଧ୍ବ
ବନ୍ଧୁକ ମୁନରେ ଲୁଟିନେଲେ 3 ଲକ୍ଷରୁ ଊର୍ଦ୍ଧ୍ବ

By

Published : Apr 29, 2021, 5:04 PM IST

ପାରାଦ୍ଵୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଲକ୍ ଥାନା ଅନ୍ତର୍ଗତ ଝିମାଣୀ ଗ୍ରାମରେ ବନ୍ଧୁକ ମୁନରେ ଲୁଟ୍ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଝିମାଣୀ ଗ୍ରାମର ଶଶିକାନ୍ତ ତରାଇଙ୍କ ଘରେ ୧୦ ରୁ ୧୨ ଜଣ ବ୍ୟକ୍ତି ପଶି ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

ବନ୍ଧୁକ ମୁନରେ ଲୁଟିନେଲେ 3 ଲକ୍ଷରୁ ଊର୍ଦ୍ଧ୍ବ

ସୂଚନା ଅନୁଯାୟୀ ରାତିରେ ଶଶିକାନ୍ତ ତରାଇଙ୍କ ଘରେ ସମସ୍ତେ ଶୋଇ ଥିବାବେଳେ ଛାତ ଡେଇଁ କିଛି ଦୂର୍ବୁତ୍ତ ଘରେ ପଶି ପ୍ରଥମେ ସଫଳା ତରାଇ ଓ ତାଙ୍କ ପୁତୁରା ମୁନା ମାଝୀଙ୍କ ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ଲଗାଇ ପୁଅ ବୋହୂ ଶୋଇଥିବା ଘର କବାଟ ବାଡେଇ ସେମାନଙ୍କୁ ଉଠାଇଥିଲେ । ସେମାନେ ଉଠିବା ପରେ ସମସ୍ତଙ୍କୁ ବନ୍ଧୁକ ମୁନରେ ଚୁପ୍ କରାଇବା ସହିତ ଘରେ ଥିବା ସୁନା ରୂପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ପରେ ସେମାନଙ୍କୁ ବାଧ୍ୟକରି ପାଣି ପିଇବାକୁ ଦେଇଥିଲେ । ପାଣି ପିଇବା ପରେ ସମସ୍ତେ ବେହୋସ୍ ହୋଇ ପଡିଥିଲେ । ସକାଳୁ ସଫଳାଙ୍କ ସ୍ବାମୀ ଘରେ ପହଞ୍ଚି ସମସ୍ତ ୪ ଜଣଙ୍କୁ ବେହୋସ୍ ଅବସ୍ଥାରେ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସଫଳାଙ୍କ ପୁତୁରା ଡାକ୍ତରଖାନାରେ ଚିକିତ୍ସିତ ହେଉ ଥିବାବେଳେ ଅନ୍ୟ 3 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସଫଳା ତରାଇ ପାରାଦ୍ଵୀପ ଲକ୍ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାମିଲ ଥିବା ପୋଲିସ ଅନୁମାନ କରୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details