ଓଡିଶା

odisha

ETV Bharat / state

ଚାଷକାର୍ଯ୍ୟରେ ବାଧକ ସାଜୁଛି ଅନିଶ୍ଚିତ ମୌସୁମୀ, ଚିନ୍ତାରେ ଚାଷୀକୂଳ - mansoon

ଜଗତସିଂହପୁର ଜିଲ୍ଲାରେ ଚାଷକାର୍ଯ୍ୟରେ ବାଧକ ସାଜୁଛି ଅନିଶ୍ଚିତ ମୌସୁମୀ ବର୍ଷା । ଏଥିଯୋଗୁଁ ଚାଷୀଙ୍କୁ ଘାରିଛି ଫସଲ ଚିନ୍ତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jun 25, 2019, 11:30 PM IST

ଜଗତସିଂହପୁର: ଅନିଶ୍ଚିତ ମୌସୁମୀ ବର୍ଷା ଯୋଗୁଁ ଜିଲ୍ଲାରେ ଆଗେଇ ପାରୁନି ଚାଷ କାର୍ଯ୍ୟ । ଜିଲ୍ଲାରେ ଖରିଫ ଚାଷ ପାଇଁ ଚାଷୀ ପାଣିକୁ ଅନେଇ ରହିଛି । ଜଳସେଚିତ କରୁଥିବା 2ଟି ପ୍ରମୁଖ କେନାଲ ତାଳଦଣ୍ଡା ଓ ମାଛଗାଁ ସମ୍ପୂର୍ଣ୍ଣ ଶୁଖିଲା ପଡିଛି । ଯାହାକୁ ନେଇ ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନାନୂଯାୟୀ, ଜିଲ୍ଲାରେ ମୋଟ 1 ଲକ୍ଷ 45 ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ଅଳ୍ପ କେତେକ ଖାଲୁଆ ଜମିରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ହାରାହାରି 60 ପ୍ରତିଶତ ଚାଷଜମିରେ ପାଣି ଯୋଗୁଁ ଆଗେଇ ପାରୁନାହିଁ । କିନ୍ତୁ ଜିଲ୍ଲା କୃଷି ବିଭାଗ ପାଣିପାଗ ବିଭାଗ ସୂଚନାକୁ ଭିତ୍ତିକରି ଆଗାମୀ ଦିନରେ ବର୍ଷା ହେବାର ସମ୍ଭାବନା ରହିଥିବା କହିଛନ୍ତି । ବର୍ଷା ହେଲେ ଚାଷ କାମ ପ୍ରଭାବିତ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ । ବାସ୍ତବରେ ଦେଖିବାକୁ ଗଲେ ଗତବର୍ଷ ଠାରୁ ଚଳିତବର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଷ କାର୍ଯ୍ୟ ବିଳମ୍ବ ହୋଇଛି ।

ତେବେ ବିଳମ୍ବିତ ମୌସୁମୀ ଓ କେନାଲ ଦ୍ବାରା ଜଳସେଚିତ ଚାଷ ଜମିକୁ ପାଣି ନ ଆସିବା କାରଣରୁ ଏହିଭଳି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details