ଓଡିଶା

odisha

ETV Bharat / state

ଲୋକାର୍ପିତ ହେଲା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର - jagatsinghpur district news

ଜଗତସିଂହପୁର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଶୁଭାରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଲୋକାର୍ପିତ ହେଲା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର
ଲୋକାର୍ପିତ ହେଲା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରଲୋକାର୍ପିତ ହେଲା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର

By

Published : Feb 24, 2021, 6:45 PM IST

ଜଗତସିଂହପୁର: ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଓଡିଶା ସରକାର ଓ ପାରାଦୀପ ଫସପେଟସ ଲିମିଟେଡ଼ର ମିଳିତ ସହାୟତାରେ ଏହା କାର୍ଯ୍ୟକାରୀ ହୋଇଛି। ଏହି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରଟି ଜିଲାର ଚାଷୀମାନଙ୍କୁ ଚାଷ କ୍ଷେତ୍ରରେ ଵିଶେଷ ଭାବରେ ସହାୟକ ହେବ। ମାଟିର ଗୁଣବତ୍ତା ପରୀକ୍ଷା ପାଇଁ କୃଷକମାନେ ବିନା ଶୁଳ୍କରେ ନିଜ ଅଞ୍ଚଳରେ ଖୁବ କମ ସମୟ ମଧ୍ୟରେ ମୃତ୍ତିକା ପରୀକ୍ଷା କରାଇପାରିବେ ।

ଲୋକାର୍ପିତ ହେଲା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର

ଏଥିରେ ମାଟିର ଗୁଣବତ୍ତା ପରୀକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ରହିଛି । ମାଟିରେ ଥିବା ଜୈବିକ, ଅଙ୍ଗାର, ଫସଫରସ, ପଟାସ,ମାଟିର ଲବଣତ୍ବ, ଅମ୍ଳତା ଓ ଖାରତ୍ବ ଇତ୍ୟାଦି ପରୀକ୍ଷା କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲା କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର, ପିପିଏଲର ଉପ ମହାପ୍ରବନ୍ଧକ ବିଶ୍ବଜିତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details