ଜଗତସିଂହପୁର: ପାରାଦ୍ୱୀପରେ ଷ୍ଟିଲ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଆରସେଲର ମିତ୍ତଲ ନିପ୍ପୋନ ଷ୍ଟିଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏକ ପ୍ରତିନିଧି ଦଳ ଜଗତସିଂହପୁର ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ଓଡ଼ିଶା ବ୍ରାଉନ ଫିଲଡ଼ ମୁଖ୍ୟ ଅରୁଣ ରଥ, ମୁଖ୍ୟ ପ୍ରଶାସକ ପିକେ ମହାନ୍ତି, ନିପ୍ପୋନ ଷ୍ଟିଲ ଇଣ୍ଡିଆ ମୁଖ୍ୟ ମଦନ ସେନ, ଲିଙ୍କନ ଆଣ୍ଡ ସିକ୍ୟୁରିଟି ମୁଖ୍ୟ ମିର୍ଥାସ ଠାକୁର, ବ୍ୟବସାୟ ରଣନୀତିକାର ରାଘବନ ପ୍ରମୁଖ ସାମିଲ ଥିଲେ ।