ଓଡିଶା

odisha

By

Published : Jan 26, 2020, 12:22 PM IST

ETV Bharat / state

ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ, ଉତ୍ତୋଳନ ସମୟରେ ଛିଡି ପଡିଲା ଜାତୀୟ ପତାକା

ଜିଲ୍ଲାସ୍ତରୀୟ 71 ତମ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତୋଳନ କରିବା ସମୟରେ ଜାତୀୟ ପତାକା ଛିଡି ତଳେ ପଡିଯାଇଛି।

flag hoisting at jagatsinghpur
ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ, ଉତ୍ତୋଳନ ସମୟରେ ଛିଡି ପଡିଲା ଜାତୀୟ ପତାକା

ଜଗତସିଂହପୁର: ଜିଲ୍ଲାସ୍ତରୀୟ 71 ତମ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତୋଳନ କରିବା ସମୟରେ ଜାତୀୟ ପତାକା ଛିଡି ତଳେ ପଡିଯାଇଛି।

ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ, ଉତ୍ତୋଳନ ସମୟରେ ଛିଡି ପଡିଲା ଜାତୀୟ ପତାକା

ପତାକା ତଳେ ପଡିଥିବା ଦେଖି ଏସପି ପ୍ରକାଶ ରଙ୍ଗରାଜ ତଳୁ ଉଠାଇ ଆଣିଥିଲେ। ପରେ ଉତ୍ତୋଳନ ସ୍ତମ୍ବ ଖୋଲା ଯାଇ ପୁନର୍ବାର ପତାକା ଲଗାଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରେ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଏଥିରେ ବିଭିନ୍ନ ସ୍କୁଲ କଲେଜ ଆରକ୍ଷୀବାହିନୀ ଓ ସ୍କାଉଟ ଗାଇଡ ସାମିଲି ହୋଇଥିଲେ। ପରେ ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details