ଜଗତସିଂହପୁର :ଧାରଣାରତ ମହିଳାଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଂଶ ପଞ୍ଚାୟତରେ ।
ଜିଲ୍ଲାର ନାଉଗାଁ ବ୍ଲକ ବଂଶ ପଞ୍ଚାୟତରେ ଜବକାର୍ଡ଼ଧାରୀଙ୍କ ନାମରେ ଆର୍ଥିକ ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ସେହି ଗ୍ରାମର ଶତାଧିକ ମହିଳା ବ୍ଲକ ପ୍ରଶାସନକୁ ଜଣାଇଥିଲେ । ହେଲେ କିଛି ସୁଫଳ ନ ମିଳିବାରୁ ସମ୍ପୃକ୍ତ ମହିଳାମାନେ ଗତ 30 ତାରିଖ ଠାରୁ ନାଉଗାଁ ବ୍ଲକ ପରିସରରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ତେବେ ଆଜି ସେହି ପଞ୍ଚାୟତର ଦୁଇ ତିନି ଜଣ ଦୁର୍ବୃତ୍ତ ଧାରଣାରତ ମହିଳାଙ୍କୁ ଆକ୍ରମଣ କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ।