ଜଗତସିଂହପୁର :ବାକି ନ ଦେବାରୁ ଦୋକାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାକି ନ ଦେବାରୁ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ - jagasingpur fire
ବାକି ନ ଦେବାରୁ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଘଟଣାର ତଦନ୍ତ ଜାରି । ଅଧିକ ପଢନ୍ତୁ...
ସୂଚନା ଅନୁସାରେ ବାଲିକୁଦା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଅନନ୍ତପୁରର ଜ୍ୟୋତି ରଞ୍ଜନ ପରିଡା ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳରେ ପାନ ଦୋକାନ କରି ଜୀବିକା ନିର୍ବାହ କରୁଥିଲେ। ସେହି ଗାଁର 2 ଜଣ ତାଙ୍କୁ ବାକି ମାଗିଥିଲେ। ଜ୍ୟୋତି ବାକି ଦେବାକୁ ମନା କରିଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଦୁବୃର୍ତ୍ତମାନେ ରାତିରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଜ୍ୟୋତିଙ୍କ ଦୋକାନ ପୋଡି ଭସ୍ମୀଭୂତ ହୋଇ ଯାଇଥିଲା ଏସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଥିଲା । ହେଲେ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରୁନଥିବା ଅଭିଯୋଗ ହୋଇଛି। ଏନେଇ ଜଗତସିଂହପୁର ଏସପିଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି। ଏସପି ପ୍ରକାଶ ରଙ୍ଗରାଜ ତଦନ୍ତ କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ