ଜଗତସିଂହପୁର: ଜିଲ୍ଲାର ଧାନ ମଣ୍ଡିର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଚାଷୀ ମଣ୍ଡିକୁ ଧାନ ନେଇ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଠିକ ସମୟରେ ମିଲର ଆସୁ ନଥିବାରୁ ଧାନ ପଡି ରହୁଛି । ଜଗତସିଂହପୁର ଜିଲ୍ଲାରେ ମୋଟ 4ଟି ରାଇସ ମିଲ ଥିବା ବେଳେ ପ୍ରତି ମଣ୍ଡିରେ 10 ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଛି । ଫଳରେ ଜିଲ୍ଲାରେ ମିଲରଙ୍କ ଅଭାବ ପରିଲକ୍ଷିତ ହେଉଛି । ସମ୍ପ୍ରତ୍ତି ଜଗତସିଂହପୁର ଜିଲ୍ଲାର ଚାଷୀ ପଶ୍ଚିମ ଓଡ଼ିଶାର, ସମ୍ବଲପୁର, ବରଗଡ଼ ଅଞ୍ଚଳର ମିଲର ମାନଙ୍କ ଉପରେ ନିର୍ଭର କରନ୍ତି । ଅଧିକ ଦୂରତା ଯୋଗୁଁ ମିଲର ମାନଙ୍କ ଆସିବାରେ ବିଳମ୍ବ ହୋଇଥାଏ, ଫଳରେ ଚାଷୀ ଧାନ ଅମଳ କରି ବହୁ ଦିନ ଧରି ମଣ୍ଡିରେ ପକାଇ ରଖୁଥିବା ଦେଖିବାକୁ ମିଳୁଛି ।
ମିଲରଙ୍କ ମନମାନୀ, କୁଇଣ୍ଟାଲରେ 5 କିଲୋ କାଟୁଛନ୍ତି ଧାନ - jagatsinghpur paddy buy system
ଜଗତସିଂହପୁର ଜିଲ୍ଲାରେ ମୋଟ 4ଟି ରାଇସ ମିଲ ଥିବା ବେଳେ ପ୍ରତି ମଣ୍ଡିରେ 10 ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଛି । ଫଳରେ ଜିଲ୍ଲାରେ ମିଲରଙ୍କ ଅଭାବ ପରିଲକ୍ଷିତ ହେଉଛି । ଅଧିକ ପଢନ୍ତୁ...
ଜଗତସିଂହପୁର କୁଇଣ୍ଟାଲ ପ୍ରତି 5 କିଲୋ ଧାନ କାଟୁଛନ୍ତି ମିଲର
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ