ଓଡିଶା

odisha

ETV Bharat / state

ମହାନଦୀରେ ନିର୍ମାଣ ହେବ ଅନ୍ତଃ ନଦୀ ଜଳାଶୟ: ଜିଲ୍ଲାପାଳଙ୍କୁ ଦାବିପତ୍ର - inner river reservoir in Mahanadi

ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ ସନ୍ତରାରେ ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭର୍ଚୁଆଲ ମାଧ୍ୟମରେ ଦାବି ଜଣାଇଛନ୍ତି ଜିଲ୍ଲାର ତିନି ବିଧାୟକଙ୍କ ଶହ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଅଧିକ ପଢନ୍ତୁ...

ମହାନଦୀରେ ନିର୍ମାଣ ହେବ ଅନ୍ତଃ ନଦୀ ଜଳାଶୟ: ଜିଲ୍ଲାପାଳଙ୍କୁ ଦାବିପତ୍ର
ମହାନଦୀରେ ନିର୍ମାଣ ହେବ ଅନ୍ତଃ ନଦୀ ଜଳାଶୟ: ଜିଲ୍ଲାପାଳଙ୍କୁ ଦାବିପତ୍ର

By

Published : Jul 22, 2021, 10:52 PM IST

ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ସନ୍ତରାରେ ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବାକୁ ଦାବି ଜୋର ଧରିଛି । ଆଜି(ଗୁରୁବାର) ଏହାକୁ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭର୍ଚୁଆଲ ମାଧ୍ୟମରେ ଦାବି ଜଣାଇଛନ୍ତି ଜିଲ୍ଲାର ତିନି ବିଧାୟକଙ୍କ ଶହ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଅନ୍ୟ ପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ଓ କଟକ ଜିଲ୍ଲାର କେତେକ ବିଧାୟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ମହାନଦୀରେ ନିର୍ମାଣ ହେବ ଅନ୍ତଃ ନଦୀ ଜଳାଶୟ: ଜିଲ୍ଲାପାଳଙ୍କୁ ଦାବିପତ୍ର

କୁଜଙ୍ଗ ବ୍ଲକ ସନ୍ତରା ନିକଟ ମହାନଦୀ ଗର୍ଭିରେ ନିର୍ମାଣ ହେବାକୁ ଥିବା ଅନ୍ତଃ ନଦୀ ଜଳାଶୟ ନିର୍ମାଣ ହେଲେ ଜଗତସିଂହପୁର ଜିଲ୍ଲାର ଦୁଇଟି ସହର ଓ ୮ଟି ବ୍ଲକରେ ପାନୀୟ ଜଳ ଯୋଗାଣ ହୋଇପାରିବ । ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର 3ଟି ବ୍ଲକ ସମେତ କଟକ ଜିଲ୍ଲାର 3ଟି ବ୍ଲକକୁ ମଧ୍ୟ ପାନୀୟ ଜଳ ଯୋଗାଣ ହେବା ସହ ଶିଳ୍ପ ଓ ଚାଷ ପାଇଁ ଜଳ ସଂରକ୍ଷଣ ହୋଇପାରିବ ବୋଲି ଜଳ ସମ୍ପଦ ମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ କାରଣରୁ ଏହି ଦାବିପତ୍ର ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ପ୍ରଦାନ କରାଯାଇଥିଲା । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କାରିବାକୁ ପ୍ରତିଶୃତି ଦେଇଥିବା ବିଧାୟକ ମାନେ କହିଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details