ଜଗତସିଂହପୁର:ମା’ଶାରଳାଙ୍କ ପୀଠ କନକପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ୧୦ରୁ ଅଧିକ ଚାଳଘର ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ତିତ୍ତୋଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆଜି ସନ୍ଧ୍ୟାରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା ଫଳରେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ଗ୍ରାମବସୀ କହିଛନ୍ତି ।
ଏହା ବି ପଢ଼ନ୍ତୁସ୍ବାଗତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପାପୁଓ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ
ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା ତିତ୍ତୋଲ ତହସିଲ ଅନ୍ତର୍ଗତ କନକପୁର ଗ୍ରାମରେ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଫଳରେ ପ୍ରବଳ ରୌଦ୍ର ତାପ ଯୋଗୁ ନିଆଁ ପ୍ରବଳ ବେଗରେ ବ୍ୟାପି ଯାଇଥିଲା । ନିଆଁ ଲାଗିଯିବା ଦେଖି ଗ୍ରାମବାସୀମାନେ ଦମକଳବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁ ଗାଁ ସାରା ବ୍ୟାପି ଯାଇଥିଲା । ନିଆଁର ଗତି ଏତେ ପ୍ରଖର ଥିଲା ଯେ ଚାହିଁଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା ନିଆଁ ।
ଏହା ବି ପଢ଼ନ୍ତୁ: Vande Bharat stranded: ଅଧାରେ ଅଟକିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ, ଭାଙ୍ଗିଲା କାଚ