ଓଡିଶା

odisha

ETV Bharat / state

ଜଗତସିଂହପୁରରେ ପୁଣି ତେଜିଲା ପ୍ରତିମୂର୍ତ୍ତି ଆନ୍ଦୋଳନ - ଗୋପବନ୍ଧୁ ଦାସ

ରଘୁନାଥପୁର ବ୍ଲକ ଜଗନ୍ନାଥପୁର ନିକଟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦ । ଅଧିକ ପଢନ୍ତୁ...

ଫୁଣି ତେଜିଲା ପ୍ରତିମୂର୍ତ୍ତି ଆନ୍ଦୋଳନ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ଗଣ ବିକ୍ଷୋଭ
ଫୁଣି ତେଜିଲା ପ୍ରତିମୂର୍ତ୍ତି ଆନ୍ଦୋଳନ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ଗଣ ବିକ୍ଷୋଭ

By

Published : Aug 19, 2021, 8:53 AM IST

ଜଗତସିଂହପୁର: ପୁଣି ତେଜିଲା ପ୍ରତିମୂର୍ତ୍ତି ଆନ୍ଦୋଳନ । ରଘୁନାଥପୁର ବ୍ଲକ ଜଗନ୍ନାଥପୁର ନିକଟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦ ଏବେ ପୁଣି ଘନେଇଛି । ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ କରିବା ଦାବିରେ କଂଗ୍ରେସ ପକ୍ଷରୁ 15 ଦିନ ଧରି ଆମରଣ ଅନଶନ କରାଯିବା ପରେ ଉପଜିଲ୍ଲାପାଳଙ୍କୁ ଭେଟି ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ।

ତେଜିଲା ପ୍ରତିମୂର୍ତ୍ତି ଆନ୍ଦୋଳନ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ଗଣ ବିକ୍ଷୋଭ

ତେବେ କଂଗ୍ରେସ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ କଂଗ୍ରେସ ବାଧ୍ୟ ହୋଇ ଅନଶନ ପ୍ରତ୍ୟାହାର କରିଥିଲା । କିନ୍ତୁ ନବ ନିର୍ମାଣ କୃଷକ ସଙ୍ଗଠନ ଏହି ଆନ୍ଦୋଳନରୁ ନ ଓହରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ତାଲା ପକାଇବା ସହ ଧାରଣା ଦେଇଥିଲେ। ଫଳରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଗତକାଲି ନବ ନିର୍ମାଣକୃଷକ ସଙ୍ଗଠନ କର୍ମକର୍ତ୍ତା ମାନେ ଜେଲରୁ ବାହାରିବା ପରେ ଆନ୍ଦୋଳନକୁ ତୀବ୍ରତର କରିଛନ୍ତି । ଗତ ସନ୍ଧ୍ୟାରେ ସଂଗଠନ ପକ୍ଷରୁ ରଘୁନାଥ ପୁର ବଜାରରେ ରାଲି କରାଯିବା ସହ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସଂଗଠନ ଜିଲ୍ଲାପାଳଙ୍କୁ ସମାଲୋଚନା କରିବା ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଥିଲା । ପଣ୍ଡିତ ଗୋପବନ୍ଧୁଙ୍କ ସମ୍ମାନକୁ ବଜାଇ ରଖିବା ପାଇଁ ଥରେ ନୁହେଁ ବାରମ୍ବାର ଜେଲ ଯିବାକୁ ପ୍ରସ୍ତୁତ ବୋଲି ସଂଗଠନ କହିଛି । ପ୍ରତିମୂର୍ତ୍ତି ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ତୀବ୍ରତର କରାଯିବାକୁ ସଂଗଠନ ନିଷ୍ପତ୍ତି ନେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ରଇଟିଭି ଭାରତ

ABOUT THE AUTHOR

...view details