ଓଡିଶା

odisha

ETV Bharat / state

ଜଗତସିଂହପୁରରେ ମାସ୍କ ଚେକିଂ ଜୋରଦାର - coronavirus news

ଜଗତସିଂହପୁର ଜିଲ୍ଲାରେ ମହାମାରୀ କୋରୋନାର ସଂକ୍ରମଣ ରୋକିବା ଜିଲ୍ଲା ପୋଲିସ ପ୍ରଶାସନ ମାସ୍କ ଚେକିଂକୁ ଜୋରଦାର କରିଛି। ଏହା ସହ ଉଲ୍ଲଙ୍ଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

mask-check-by-jagatsinghpur-police-over-covid19
ଜଗତସିଂହପୁର ସହରରେ ମାସ୍କଚେକିଂ ଜୋରଦାର

By

Published : Apr 10, 2020, 7:17 PM IST

ଜଗତସିଂହପୁର: ସହରରେ ମାସ୍କ ଚେକିଂ ଜୋରଦାର । ଘରୁ ପଦାକୁ ବାହାରିଲେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ଶୁକ୍ରବାର ଜଗତସିଂହପୁରରେ ଅମାନିଆ ଲୋକ ମାସ୍କ ବ୍ୟବହାର କରି ନ ଥିବାରୁ ପୋଲିସ ଜୋରିମାନା ଆଦାୟ କରିବା ସହ ଥାନାକୁ ନେଇଛି ।

ଜଗତସିଂହପୁର ସହରରେ ମାସ୍କଚେକିଂ ଜୋରଦାର

କୋରୋନା ଭୂତାଣୁ ଦ୍ରୁତ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି । ସାରା ରାଜ୍ୟରେ 9 ତାରିଖରୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ ଲାଗୁ ହୋଇଥିଲାବେଳେ ଜଗତସିଂହପୁର ପୋଲିସ ଆକ୍ସନ ମୋଡ଼କୁ ଆସିଛି । ସହରର ଥାନ ଛକ ,ଗାନ୍ଧୀ ଛକ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ଜୋରଦାର କରିଛି । ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ରୁମାଲ କିମ୍ବା ଗାମୁଛାରେ ମୁହଁ ଘୋଡାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମହିଳା ମାନେ ଲୁଗା କାନି କିମ୍ବା ଓଢଣୀ ମଧ୍ୟ ବ୍ୟବହାର କରି ପାରିବେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ବି କେତେକ ଅମାନିଆ ଲୋକେ ଏହାକୁ ମାନୁ ନଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details