ଜଗତସିଂହପୁର: ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ବିଜେଡି ମନୋଜ ଭୋଇଙ୍କୁ ପ୍ରାର୍ଥୀ କରିଥିଲା । ବିଜେଡି ପ୍ରାର୍ଥୀ ମନୋଜ ଭୋଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ମୋଟ 26ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ 25ଟି ବିଜେଡି ହାତେଇ ଥିବା ବେଳେ ମାତ୍ର ଗୋଟିଏ ଆସନରେ କଂଗ୍ରେସ ବିଜୟ ହାସଲ କରିଥିଲା ।
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ
ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ବିଜେଡି ମନୋଜ ଭୋଇଙ୍କୁ ପ୍ରାର୍ଥୀ କରିଥିଲା । ବିଜେଡି ପ୍ରାର୍ଥୀ ମନୋଜ ଭୋଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ
ତେବେ ବିଜେପି ଜିଲ୍ଲାରେ ଖାତା ଖୋଲି ପାରିନଥିଲା । ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ତତ୍ତ୍ବବଧାନରେ ଜଗତସିଂହପୁର 3ନମ୍ବର ଜୋନର ଜିଲ୍ଲା ପରିଷଦ ମନୋଜ ଭୋଇଙ୍କୁ ପ୍ରାର୍ଥୀ କରିଥିଲେ। ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦଟି ସରଂକ୍ଷିତ ରହିଥିବାରୁ ବିଜେଡିରେ 2 ଦାବିଦାର ମନୋଜ ଭୋଇ ଓ ବାଲିକୁଦା ବ୍ଲକର ଜଟାଧାରୀ ଦାସ ଥିଲେ । କିନ୍ତୁ ଶେଷ ସମୟରେ ଦଳ ମନୋଜ ଭୋଇଙ୍କୁ ପ୍ରାର୍ଥୀ କରିଥିଲା । ଆଜି(ରବିବାର) ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ସେ ବିଜୟୀ ହୋଇଛନ୍ତି । ଯାହାକୁ ନେଇ ମନୋଜ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ