ଓଡିଶା

odisha

ETV Bharat / state

ଧାନ କିଣାକୁ ନେଇ ମଣ୍ଡିରେ ଉତ୍ତେଜନା - ଜଗତସିଂହପୁର ଖବର

ଜଗତସିଂହପୁର ଜିଲ୍ଲା ମୁଦୁପୁର ପଞ୍ଚାୟତରେ ଚାଷୀମାନଙ୍କ ଧାନ ମିଲର ନେଉ ନଥିବା ଅଭିଯୋଗ ହୋଇଛି । ଏନେଇ ଚାଷୀମାନେ ମିଲରକୁ ଘେରିଛନ୍ତି । ଅଧିକ ପଢନ୍ତୁ

ଧାନ କିଣାକୁ ନେଇ ମଣ୍ଡିରେ ଉତ୍ତେଜନା
ଧାନ କିଣାକୁ ନେଇ ମଣ୍ଡିରେ ଉତ୍ତେଜନା

By

Published : Feb 10, 2022, 10:24 PM IST

ଜଗତସିଂହପୁର :ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁଦୁପୁର ପଞ୍ଚାୟତରେ ଚାଷୀଙ୍କ ଧାନ ମିଲର ନେଉ ନଥିବା ଅଭିଯୋଗ ହୋଇଛି । ଏନେଇ ଚାଷୀମାନେ ମିଲରକୁ ଘେରିଛନ୍ତି । ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆସୁଥିବା ମିଲରମାନେ ଚାଷୀଙ୍କ ଧାନ କୁଇଣ୍ଟାଲ ପିଛା ଦୁଇରୁ ଚାରି କିଲୋ କଟନି ଛଟନି କରିବାକୁ ବାଧ୍ୟ କରୁଛନ୍ତି।

ଏଥିରେ ଯେଉଁ ଚାଷୀ ଅମଙ୍ଗ ହେଉଛି ତାଙ୍କ ଧାନ ନିଆଯାଉନାହିଁ । ଟୋକନ ପାଇଥିବା ଚାଷୀ ନିଜର ଧାନକୁ ମଣ୍ଡିରେ ପକାଇ ରଖି ଖରା କାକରରେ ଦିନ ଦିନ ଧରି ଜଗି ରହୁଛନ୍ତି। କୁଇଣ୍ଟାଲ କୁଇଣ୍ଟାଲ ଧାନକୁ ଚାଷୀମାନେ ମଣ୍ଡିକୁ ଆଣି ରଖିଥିବା ବେଳେ ମିଲର କିନ୍ତୁ ବିଭିନ୍ନ ଆଳ ଦେଖାଇ ଧାନକୁ ଉଠାଉ ନାହିଁ।

ଧାନ କିଣାକୁ ନେଇ ମଣ୍ଡିରେ ଉତ୍ତେଜନା

ଏହାବି ପଢନ୍ତୁ :କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କଲେ ନିରଞ୍ଜନ

ଯାହା ଫଳରେ ଆଜି(ଗୁରୁବାର) ମିଲର ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି। ନାଲି ଧାନକୁ ନେବାପାଇଁ ମିଲର ମନା କରିବାରୁ ଚାଷୀମାନେ ହୋ ହାଲ୍ଲା କରିଥିଲେ। ଯାହାକୁ ନେଇ ମୁଦୁପୁର ମଣ୍ଡିରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀ ଓ ମିଲରଙ୍କ ସହ ଆଲୋଚନା କରିଥିଲେ। ଧାନ ଉଠାଇବାକୁ ମିଲର ଅମଙ୍ଗ ଥିବା ବେଳେ ଚାଷୀମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି। ଯାହାକୁ ନେଇ ମୁଦୁପୁର ମଣ୍ଡିରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details