ଓଡିଶା

odisha

ETV Bharat / state

ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍ - ଧାନମଣ୍ଡି ଖୋଲିବାକୁ ନେଇ ସମସ୍ୟା

ଜଗତସିଂହପୁର ଜିଲ୍ଲାରେ ଧାନମଣ୍ଡି ଖୋଲିବାକୁ ନେଇ ସମସ୍ୟା ଦେଖା ଦେଇଛି। 1 ମାସ ବିତିଯାଇଥିଲେ ମଧ୍ୟ 71 ଟି ମଣ୍ଡିରୁ ଗୋଟିଏ ବି ମଣ୍ଡି ଖୋଲିନାହିଁ । ଜାଣନ୍ତୁ ପୁରା ଖବର...

ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍
ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍

By

Published : Jan 8, 2020, 9:24 PM IST

ଜଗତସିଂହପୁର: ଜିଲ୍ଲାରେ ଧାନମଣ୍ଡି ଖୋଲିବାକୁ ନେଇ ସମସ୍ୟା ଦେଖା ଦେଇଛି। ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟି ଜରିଆରେ 8 ଟି ବ୍ଲକର 71 ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯିବାକୁ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍

ତେବେ ଗତ ଡିସେମ୍ବର 13 ତାରିଖ ପୂର୍ବରୁ ଜିଲ୍ଲାର ସବୁ ବ୍ଲକରେ ମଣ୍ଡି ଖୋଲି ଦିଆଯିବ ଓ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ମଣ୍ଡି ଜରିଆରେ ବିକ୍ରି କରିପାରିବେ ବୋଲି ପ୍ରଶାସନ ବାହାସ୍ଫୋଟ ମାରିଥିଲା।

କିନ୍ତୁ ଏହା ମଧ୍ୟରେ 1 ମାସ ବିତିଯାଇଥିଲେ ମଧ୍ୟ 71 ଟି ମଣ୍ଡିରୁ ଗୋଟିଏ ବି ମଣ୍ଡି ଖୋଲିନାହିଁ । ଏସମ୍ପର୍କ ରେ ଯୋଗାଣ ବିଭାଗ ଅଧିକାରୀ ମୁହଁ ଖୋଲୁନଥିବା ବେଳେ ଉପଜିଲ୍ଲାପାଳ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details