ଓଡିଶା

odisha

ETV Bharat / state

ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ, ଦୋଷୀକୁ 20ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ - ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମକାରୀକୁ ଜେଲଦଣ୍ଡ

Man Sentenced to 20 Years Imprisonment over Minor Girl Rape Case : 5 ବର୍ଷ ପରେ ମଳିଲା ନାବାଳିକା ଦୁଷ୍କର୍ମ ପିଡ଼ୀତାଙ୍କୁ ନ୍ୟାୟ । ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ 30 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ
ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ

By ETV Bharat Odisha Team

Published : Dec 23, 2023, 8:45 PM IST

ଜଗତସିଂହପୁର: 5 ବର୍ଷ ପରେ ମଳିଲା ନାବାଳିକା ଦୁଷ୍କର୍ମ ପିଡ଼ୀତାଙ୍କୁ ନ୍ୟାୟ । ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜେଲ ଦଣ୍ଡାଦେଶ ହୋଇଛି । ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ 30 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ 7 ବର୍ଷର ନାବାଳିକା ନିଜ ଆଇ ସହିତ ରହୁଥିଲେ । ଗତ 2018 ଏପ୍ରିଲ ମାସ 4 ତାରିଖ ଦିନ ନାବାଳିକାର ଆଇ ଘର ନିକଟସ୍ଥ ବିଲକୁ ମୁଗ ଉପାଡିବା ପାଇଁ ଯାଇଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିଆ ପଡା ଗ୍ରାମର ଜଣେ 24 ବର୍ଷୀୟ ଯୁବକ 7 ବର୍ଷର ନାବାଳିକାକୁ ଘର ପଛପଟକୁ ଉଠାଇ ନେଇ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ସେପଟେ ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଯୁବକ ସେଠାରୁ ଫେରାର ହୋଇ ଯାଇଥିଲା । ପରେ ଗ୍ରାମବାସୀମାନେ ଏହାଦେଖି ମୁଗ ଉପାଡ଼ିବାକୁ ଯାଇଥିବା ନାବାଳିକାର ଆଇକୁ ଖବର ଦେଇଥିଲେ । ଏହି ଘଟଣାକୁ ନେଇ ପୀଡିତାଙ୍କ ପରିବାର ଦୁଷ୍କର୍ମକାରୀ ଯୁବକର ପରିବାରକୁ ଏସମ୍ପର୍କରେ ଜଣାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ 20ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ତେବେ ଘଟଣାକୁ ନେଇ ପୀଡିତାର ପରିବାର ଲୋକେ 2018 ଏପ୍ରିଲ ମାସ 22 ତାରିଖରେ ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ତିର୍ତ୍ତୋଲ ଥାନା ପୋଲିସ ଅଭିଯୁକ୍ତର ନାଁରେ ଦୁଷ୍କର୍ମ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭିଯୁକ୍ତ ଥିବା ଖବର ପାଇ ତିର୍ତ୍ତୋଲ ଥାନାର ତତ୍କାଳୀନ ଥାନା ଅଧିକାରୀ ଚଢ଼ାଉ କରି ଅଭିଯୁକ୍ତକୁ ଧରିଥିଲେ । ଏହି ଘଟଣାରେ 14 ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିର୍ତ୍ତି କରି ଆଜି ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ ଅଭିଯୁକ୍ତ ଦୁଷ୍କର୍ମକାରୀକୁ 20 ବର୍ଷ କାରାଦଣ୍ଡ ସହିତ 30 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜରିମାନା ଅନାଦେୟରେ ଅଭିଯୁକ୍ତକୁ 6 ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତାକୁ ଜିଲ୍ଲା ଆଇନି ସେବା ପ୍ରାଧିକାରଣ ପକ୍ଷରୁ 7 ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଫାଷ୍ଟଟ୍ରାକ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details