ଓଡିଶା

odisha

By

Published : Nov 5, 2019, 11:32 PM IST

ETV Bharat / state

ପୁଣି ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ସର୍ଚ୍ଚ ଅପରେସନ ଜାରି

ମହାନଦୀ ପୋଲରୁ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଖବର ପାଇ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି। ଅଧିକ ପଢ଼ନ୍ତୁ...

ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ଥାନା ଅଧିନସ୍ଥ ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜଣେ ଯୁବକ ସାଇକେଲ ଯୋଗେ ତାରପୁର ଆଡୁ ଆସି ପୋଲ ଉପରେ ସାଇକେଲ ରଖିଥିଲେ। କିଛି ସମୟ ନଦୀକୁ ଅନାଇବା ପରେ ହଠାତ ନଦୀକୁ ଡେଇଁ ପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲସକୁ ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଏ ଖବର ପାଇବା ପରେ ଦମକଳ ବାହିନୀ ଯୁବକକୁ ଖୋଜାଖୋଜି ଆରମ୍ଭ କରିଛି, ହେଲେ ତାଙ୍କର ପତ୍ତା ମିଳିନାହିଁ। ଯୁବକଙ୍କ ପରିଚୟ ମିଳିନଥିବା ରଘୁନାଥପୁର ପୋଲିସ ଜଣାଇଛି।

ପୋଲ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details