ଓଡିଶା

odisha

ETV Bharat / state

ପାରାଦ୍ୱୀପ ବନ୍ଦରରେ ଅଘଟଣ, ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର - ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର

ପାରାଦ୍ୱୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଅଘଟଣ । ପାନୀୟ ଜଳ ନେବାକୁ ଯାଇଥିବା ଡିସିଆଇର ଡ୍ରୋଜର ବର୍ଷା ପବନରେ ଭାରସାମ୍ୟ ହରାଇ ଏକ ବାଲିଚର ଉପରକୁ ଚଢି ଯାଇଥିଲା । ତେବେ ୨ଟି ମେରାଇନ ବୋଟ ସାହାଯ୍ୟରେ ରଶି ପକାଇ ଡ୍ରୋଜରକୁ ସୁରକ୍ଷିତ ଭାବେ ଇକ୍ୟୁବର୍ଥରେ ଲଗାଯାଇଛି । ଏଥିରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ବନ୍ଦରରେ ଅଘଟଣ, ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର
ପାରାଦ୍ୱୀପ ବନ୍ଦରରେ ଅଘଟଣ, ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର

By

Published : Oct 6, 2022, 11:17 AM IST

ପାରାଦ୍ୱୀପ: ବନ୍ଦର ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର ଓ ଏହା ମଧ୍ୟରେ ଥିବା କର୍ମଚାରୀ । ପାନୀୟ ଜଳ ନେବାକୁ ପାରାଦୀପ ବର୍ଥକୁ ଆସୁଥିବା ବେଳେ ହଠାତ ବର୍ଷା ପବନ ଯୋଗୁଁ ଏକ ବାଲିଚର ଉପରକୁ ଡ୍ରୋଜରଟି ଚଢି ଯାଇଥିଲା । ତେବେ ପାରାଦ୍ୱୀପର ୨ଟି ମେରାଇନ ବୋଟ ସାହାଯ୍ୟରେ ତୁରନ୍ତ ରଶି ପକାଇ ଡ୍ରୋଜରକୁ ସୁରକ୍ଷିତ ଭାବେ ଇକ୍ୟୁବର୍ଥରେ ଲଗାଯାଇଥିବା ସୂଚନା ମିଳିଛି । ଡ୍ରୋଜରରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ।

ପାରାଦ୍ୱୀପ ବନ୍ଦରରେ ଅଘଟଣ, ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର

ସୂଚନା ଅନୁସାରେ, ବୁଧବାର ଦିନ ୧୧ଟା ସମୟରେ ଡିସିଆଇର ଡ୍ରୋଜର ପାନୀୟ ଜଳ ନେବାକୁ ପାରାଦ୍ୱୀପ ବର୍ଥକୁ ଆସିଥିଲା । ଏହି ସମୟରେ ହଠାତ୍‌ ବର୍ଷା ଓ ପବନ ହେବାରୁ ଭାରସାମ୍ୟ ହରାଇ ଡ୍ରୋଜରଟି ବନ୍ଦର ମଧ୍ୟରେ ଥିବା ଏକ ବାଲିଚର ଉପରକୁ ଚଢି ଯାଇଥିଲା । ଏହାପରେ ସଙ୍ଗେସଙ୍ଗେ ୨ଟି ମେରାଇନ ବୋଟ ସାହାଯ୍ୟରେ ରଶି ପକାଇ ଡ୍ରୋଜରକୁ ସୁରକ୍ଷିତ ଭାବେ ଇକ୍ୟୁବର୍ଥରେ ଲଗାଯାଇଛି । ତେବେ ଡ୍ରୋଜରରେ ଥିବା ସମସ୍ତ କର୍ମଚାରୀମାନେ ସୁରକ୍ଷିତ ଥିବାବେଳେ ଡ୍ରୋଜରର ମଧ୍ୟ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ପ୍ରକାଶ ଥାଉକି ଏହି ଡ୍ରୋଜର ପାରାଦ୍ୱୀପ ସମୁଦ୍ରରେ ବାଲି ଖନନ କାର୍ଯ୍ୟରେ ନିୟୋଜିତ ହୋଇଛି । ଜାହାଜ ଗୁଡିକ ବନ୍ଦର ଭିତରକୁ ଯାଆ ଆସ କରିବା ପାଇଁ ଏହି ଖନନ ସହାୟକ ହୋଇଥାଏ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details