ଓଡିଶା

odisha

ETV Bharat / state

ସେନାରେ ଭର୍ତ୍ତି ପାଇଁ ମାଗଣା ଟ୍ରେନିଂ, ସିଲୁଙ୍କ ମଣିଷ ତିଆରି କାରଖାନାରେ ଚାଲିଛି ପ୍ରଶିକ୍ଷଣ - help hundreds of boys to enter army

ଅନେକ ଯୁବପିଢୀଙ୍କୁ ସେନାରେ ଭର୍ତ୍ତି ହେବାକୁ ମାଗଣାରେ ଦିଆଯାଉଛି ତାଲିମ । ଆଉ ଏହି ତାଲିମ ଦେଉଛନ୍ତି ସିଲୁ ନାୟକ ।

ସେନାରେ ଭର୍ତ୍ତି ପାଇଁ ମାଗଣା ଟ୍ରେନିଂ
ସେନାରେ ଭର୍ତ୍ତି ପାଇଁ ମାଗଣା ଟ୍ରେନିଂ

By

Published : Feb 12, 2021, 7:03 PM IST

ଜଗତସିଂହପୁର: ଦେଶ ପାଇଁ କିଛି କରିବାର ଜୋସ ନେଇ ଚାଲିଛି ପ୍ରଶିକ୍ଷଣ । ଅନେକ ଯୁବପିଢୀଙ୍କୁ ସେନାରେ ଭର୍ତ୍ତି ହେବାକୁ ମାଗଣାରେ ଦିଆଯାଉଛି ତାଲିମ । ଆଉ ଏହି ତାଲିମ ଦେଉଛନ୍ତି ସିଲୁ ନାୟକ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରୋହିଆ ଗ୍ରାମର ଦେବୀନଦୀ ପଠାରେ ଚାଲୁଛି ନିଆରା ମଣିଷ ତିଆରି କାରଖାନା।

ସେନାରେ ଭର୍ତ୍ତି ପାଇଁ ମାଗଣା ଟ୍ରେନିଂ

ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ରୋହିଆ ଗ୍ରାମର ସିଲୁ ନାୟକ। ସେ ପ୍ରଥମେ 2016ରେ OISF ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରୀଟି ଫୋର୍ସରେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଓଡ଼ିଆ ଯୁବକମାନେ ସେନା ବାହିନୀର ବିଭିନ୍ନ ପରୀକ୍ଷାରେ ଫେଲ ମାରୁଥିବା ଦେଖି ତାଙ୍କୁ ବିବ୍ରତ କରିଥିଲା। ଯାହାଫଳରେ ସେ ଚାକିରୀ ଛାଡି ନିଜ ଗାଁକୁ ଫେରି ଆସିଥିଲେ ଓ ଆରମ୍ଭ କରିଥିଲେ ମହାଗୁରୁ ବାଟାଲିଅନ ।

ସାମରିକ ଓ ଅର୍ଦ୍ଧସାମରିକ ସେନାବାହୀନିରେ ଭର୍ତ୍ତି ହେବାକୁ ସ୍ବପ୍ନ ଦେଖୁଥିବା ଯୁବପୀଢିଙ୍କୁ ଏହି ତାଲିମ କେନ୍ଦ୍ରରେ ବିଭିନ୍ନ ଶାରିରୀକ, ମାନସିକ ସ୍ତରରେ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ସେ ପିଲାଙ୍କ ଠାରୁ କୌଣସି ଅର୍ଥ ନନେଇ ବଂର ସମ୍ପୁର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି । ଏଠାରୁ ପ୍ରଶିକ୍ଷଣ ପାଇ 50ରୁ ଅଧିକ ଯୁବକ ଏବେ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ସରିଲେଣି। ଏବେ ଆହୁରି 60 ଜଣ ତାଲିମ କେନ୍ଦ୍ରରେ ତାଲିମ ନେବା ଜାରି ରଖିଛନ୍ତି ।

ସିଲୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରୋହିଆ ଅରଖ କୁଦ ହୋଇଥିବା ତାଙ୍କର ଏହି କାମରେ ବାପା ବାଲୁଙ୍କି ନାୟକ ଓ ତାଙ୍କ ଭାଇ ପ୍ରେରଣା ଦିଅନ୍ତି । ଏବେ ସୁଦ୍ଧା ବାଲିକୁଦା, ନାଉଗାଁ ଓ ଜଗତସିଂହପୁରର ଶତାଧିକ ଯୁବକ ସଞ୍ଜ ଓ ସକାଳେ ସେନା ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳୁଛି। ଯାହା ଏବେ ଯୁବପୀଢିଙ୍କ ପାଇଁ ପ୍ରେରଣା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details