ଓଡିଶା

odisha

ETV Bharat / state

ମହାଷ୍ଟମୀରେ ମା' ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା - ଶାରଳାଙ୍କ ମହାଷ୍ଟମୀ ପୂଜା

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା'= ଶାରଳାଙ୍କ ମନ୍ଦିରରେ ମହାମୟୀଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ଶାରଳାଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଅଧିକ ପଢନ୍ତୁ

ମହାଷ୍ଟମୀରେ ମା' ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା
ମହାଷ୍ଟମୀରେ ମା' ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

By

Published : Oct 2, 2022, 3:59 PM IST

ଜଗତସିଂହପୁର: ଧରାଧାମକୁ ଓହ୍ଲାଇଛନ୍ତି ମା' ଜଗତ ଜନନୀ । ଦୁଇ ବର୍ଷ ପରେ କଟକଣା ମୁକ୍ତ ପୂଜା ହେଉଥିବାରୁ ସବୁଠି ଉତ୍ସାହର ମାହୋଲ। ଆଜି ମା'ଙ୍କ ମହାଷ୍ଟମୀ ପୂଜା । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ମହାମୟୀଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଶାରଳା ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରିବା ସହ ଚୁଡାଘସା ଭୋଗ ଅର୍ପଣ କରିଥିଲେ ।

ମହାଷ୍ଟମୀରେ ମା' ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଆଜି ପୀଠରେ ମହାଷ୍ଟମୀ ପାଳନ କରାଯାଉଥିବାରୁ ତାରିଣୀ ବ୍ରତ ମଧ୍ୟ ଅନୁଷ୍ଠିତ ହେଉଛି । ସକାଳୁ ମାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ସାଧାରଣ ଦର୍ଶନ ହୋଇଛି । ଭକ୍ତମାନେ ଆଜି ମହାଷ୍ଟମୀ ଉପବାସ ରଖିବା ସହ ବ୍ରତ ପାଳନ କରିଛନ୍ତି । ଯାହାକୁ ନେଇ ଶାରଳାଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଷୋଡଶ ଦିନାତ୍ମକ ପୂଜାର ଆଜି ଶେଷ ଦିନ ଥିବାରୁ ମା'ଙ୍କୁ ମହିଷାମର୍ଦ୍ଦିନୀ ରୂପରେ ସଜ୍ଜିତ କରାଯାଇଛି । ଭକ୍ତ ତାର ମନସ୍କାମନା ମା'ଙ୍କ ନିକଟରେ ଜଣାଇଛି । ମାଙ୍କ ପାଥରେ ମଧ୍ୟ ରାତ୍ରିରେ କୁଷ୍ମାଣ୍ଡ ବଳି ପ୍ରୋକ୍ଷଣ କାର୍ଯ୍ୟ କରାଯିବ । ବଳି ପରମ୍ପରା ବନ୍ଦ ରହିଥିବାରୁ ଏହା ପରିବର୍ତ୍ତେ କୁଷ୍ମାଣ୍ଡ(ପାଣି କଖାରୁ) ବଳି ସହିତ 108ଟି ହଣ୍ଡାରେ ପଣା ଲାଗି କରାଯିବ ।

ଏହା ମଧ୍ୟ ପଢନ୍ତୁ: ଝଙ୍କଡବାସିନୀ ମା' ଶାରଳାଙ୍କ ଅଲୌକିକ ମହିମା, କୃପାକଲେ ମିଳେ ସୁଖ ଶାନ୍ତି

ସୂଚନାଯୋଗ୍ୟ ଯେ, ଶନିବାର ମାଙ୍କ ସେବକ ସମ୍ପ୍ରଦାୟର ନେତ ପୂଜା ଅନୁଷ୍ଠିତ ହୋଇଥିଲା । ସେବକ ସମ୍ପ୍ରଦାୟର 12 ବର୍ଷରୁ କମ ବୟସର ଝିଅ ମାନଙ୍କୁ ମା'ଙ୍କ ବେଶରେ ସଜ୍ଜିତ କରାଯାଇ ଶାରଳାଙ୍କ ମନ୍ଦିରକୁ ନିଆଯାଇଥିଲା । ପୁରୀରେ ସେବକ ସମ୍ପ୍ରଦାୟର ପରମ୍ପରା ଭଳି ଦଶହରା ସମୟରେ ମା' ଶାରଳାଙ୍କ ମନ୍ଦିରରେ ମଧ୍ୟ ସେବକ ମାନଙ୍କ ମଧ୍ୟରେ ଏହି ଅନନ୍ୟ ପରମ୍ପରା ଦେଖିବାକୁ ମିଳେ । ସେବକ ସମ୍ପ୍ରଦାୟର ପିଲାମାନଙ୍କୁ ନେତ ବେଶ କରାଯିବା ସହିତ ସେମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ ।

ଏହି ପରିବାରର ପିଲାମାନେ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ମାଙ୍କ ପହୁଡ଼ ସମୟରେ ନୃତ୍ୟ ପରିବେଷଣ କରିଥାନ୍ତି । ସେବକମାନଙ୍କ ପାଖରୁ ଷଷ୍ଠୀ ଠାରୁ ଦଶହରା ପର୍ଯ୍ୟନ୍ତ ଏହି ପାରମ୍ପରିକ ପରମ୍ପରା ଦେଖିବାକୁ ମିଳେ । ମା'ଙ୍କ ମହାଷ୍ଟମୀ ପୂଜା ନେଇ ମନ୍ଦିର ପୂଜକ କହିଛନ୍ତି ଯେ, "ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା' ଶାରଳାଙ୍କ ଷୋଡଶ ଦିନାତ୍ମକ ଚାଲିଛି । ମା'ଙ୍କ ପାଖେ ଚଣ୍ଡୀପାଠ, ହୋମକାର୍ଯ୍ୟ ଚାଲିଛି । ସନ୍ଧିପୂଜା ସହ ମା' ଚାମୁଣ୍ଡା ବେଶ ଧାରଣ କରିଥାନ୍ତି ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details