ଓଡିଶା

odisha

ETV Bharat / state

ମାହାଙ୍ଗା ଡ଼ବଲ ମର୍ଡର ଘଟଣା: ଜଗତସିଂହପୁରରେ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - law minister Pratap jena

ମାହାଙ୍ଗା ଡ଼ବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଜିଲ୍ଲା ବିଜେପି କୁଶପୁତ୍ତଳିକା ଦାହ କରିଛି । ଅଧିକ ପଢନ୍ତୁ...

Mahanga double case: Jagatsinghpur BJP protest against law minister Pratap jena
ମାହାଙ୍ଗା ଡ଼ବଲ ମର୍ଡର ଘଟଣା: ଜିଲ୍ଲାରେ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

By

Published : Jan 4, 2021, 6:56 PM IST

ଜଗତସିଂହପୁର: ସୋମବାର ଅପରାହ୍ନରେ ଜିଲ୍ଲା ବିଜେପି ପକ୍ଷରୁ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ବିଜେପି କର୍ମୀମାନେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ମାହାଙ୍ଗା ଡ଼ବଲ ମର୍ଡର ଘଟଣା: ଜିଲ୍ଲାରେ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ବିଜେପି କର୍ମକର୍ତ୍ତାମାନେ ଜିଲ୍ଲା ଅଫିସରୁ ବାହାରି ଜଗତସିଂହପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜୁ ପଟ୍ଟନାୟକ ଛକ ସମ୍ମୁଖରେ ନାରବାଜି କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲାକୁ ନେଇ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ପର୍ଦ୍ଦାଫାଶ କରିବା ଯୋଗୁଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକମାନେ ତାଙ୍କୁ ହତ୍ୟା କରିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ଏହି ଘଟଣାକୁ ନେଇ ଜଗତସିଂହପୁର ବିଜେପି ପକ୍ଷରୁ ନିନ୍ଦା କରାଯିବା ସହିତ ମନ୍ତ୍ରୀଙ୍କ ଗିରଫ ଦାବି କରିଛନ୍ତି ବିଜେପି ନେତା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details