ଓଡିଶା

odisha

ETV Bharat / state

କୁଜଙ୍ଗ ଓ ତିର୍ତ୍ତୋଲରେ ଗାଁରେ ପଶିଲା ବନ୍ୟାପାଣି, ୫୦୦ ଲୋକ ସ୍ଥାନାନ୍ତର - ତିର୍ତ୍ତୋଲ କୁଜଙ୍ଗ ଅଞ୍ଚଳ ଜଳମଗ୍ନ

ମହାନଦୀ ଫୁଲିବା ଯୋଗୁଁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମ ଜଳମଗ୍ନ । ଅଧିକ ପଢନ୍ତୁ

କୁଜଙ୍ଗ ଓ ତିର୍ତ୍ତୋଲ ଗାଁରେ ପଶିଲା ବନ୍ୟାପାଣି, ୫୦୦ ଲୋକ ସ୍ଥାନାନ୍ତର
କୁଜଙ୍ଗ ଓ ତିର୍ତ୍ତୋଲ ଗାଁରେ ପଶିଲା ବନ୍ୟାପାଣି, ୫୦୦ ଲୋକ ସ୍ଥାନାନ୍ତର

By

Published : Aug 16, 2022, 10:18 AM IST

ଜଗତସିଂହପୁର:ହୀରାକୁଦରୁ ବନ୍ୟାଜଳ ପହଞ୍ଚିବା ପରେ ଫୁଲି ଉଠିଛି ମହାନଦୀ(Mahanadi flood Water ) । ଏହାଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରେ ବନ୍ୟା ପାଣି ପଶିଛି । ଦୁଇ ବ୍ଲକର ଅନେକ ଗାଁ ଏବେ ଜଳମଗ୍ନ ରହିଛି । ତେଣୁ ଆଜି ସକାଳ ୮ଟା ସୁଦ୍ଧା ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

କୁଜଙ୍ଗ ଓ ତିର୍ତ୍ତୋଲ ଗାଁରେ ପଶିଲା ବନ୍ୟାପାଣି, ୫୦୦ ଲୋକ ସ୍ଥାନାନ୍ତର

କୁଜଙ୍ଗ ବ୍ଲକ ସହରାଢ଼ିଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ହରିପୁର ଜିଲ୍ଲାନାସି, ହଂସୁରା, କାଠକୋଟ ବାଳିକୋଣି ଆଦି ଅଞ୍ଚଳ ଜଳମଗ୍ନ ରହିଛି । ଅନ୍ୟପଟେ ତିର୍ତ୍ତୋଲର ଶଙ୍ଖେଶ୍ୱର, ଗୋପିଆକୁଦ ଆଦି କେତେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହିତ କେତେକ ଲୋକେ ନଦୀବନ୍ଧରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ, ଲଘୁଚାପ ଜନିତ ଲଗାଣ ବର୍ଷ ଯୋଗୁଁ ହୀରାକୁଦର ଜଳସ୍ତର ବଢିଚାଲିଛି । ତା' ସହିତ ମହାଦନୀ ବେଳକୁ ବେଳ ଫୁଲୁଛି । ଯାହା ଏବେ ପ୍ରଶାସନର ନିଦ ହଜାଇଛି । ମୁଣ୍ଡଳୀରେ ମହାନଦୀ ବିପଦ ସଙ୍କେତ ଟପିଥିବା ବେଳେ ବିଭିନ୍ନ ଜିଲ୍ଲାରେ ବିଷମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଗତସିଂହପୁରରେ ପ୍ରବାହିତ ଦେବୀନଦୀର ଦଳେଇ ଘାଇ ମଧ୍ୟ ବିପଦ ସଙ୍କେତ ଟପିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details