ଓଡିଶା

odisha

ETV Bharat / state

ମହାଷ୍ଟମୀରେ ପୂଜା ପାଉଛନ୍ତି ମା', ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ - Maa Mahasthami Puja

ସ୍ବତନ୍ତ୍ର ପୂଜା ବିଧିରେ ମହାଷ୍ଟମୀରେ ପୂଜା ପାଉଛନ୍ତି ମା' । ମା' ମୁଣ୍ମୟୀ ଦେବୀଙ୍କ ପୂଜା ମଣ୍ଡପରେ କୋଭିଡ କଟକଣାକୁ ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ମହାଷ୍ଟମୀରେ ପୂଜା ପାଉଛନ୍ତି ମା', ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ
ମହାଷ୍ଟମୀରେ ପୂଜା ପାଉଛନ୍ତି ମା', ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

By

Published : Oct 13, 2021, 4:45 PM IST

ଜଗତସିଂହପୁର:ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ଯାହାକୁ ନେଇ ମୁଣ୍ମୟୀ ଦେବୀଙ୍କ ପୂଜା ମଣ୍ଡପରେ ମା'ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ସେହିଭଳି ଜଗତସିଂହପୁର ଉପକଣ୍ଠ ପୁନଙ୍ଗ ଗ୍ରାମରେ ନିଆରା ଭାବେ ପାଳିତ ହେଉଛି ମା'ଙ୍କ ମହାଷ୍ଟମୀ ପୂଜା । ପୂର୍ବରୁ ବଙ୍ଗୀୟ ପରିବାରବର୍ଗ ଏଠାରେ ମା'ଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ଏବେ ସେହିକ୍ରମରେ ପୂଜା କରାଯାଉଛି । ସୂଚନାନୁସାରେ ପାଞ୍ଚଶହ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ନଦିୟା ଅଞ୍ଚଳରୁ କେତେକ ବଙ୍ଗୀୟ ପରିବାର ଶ୍ରୀ ଚୈତନ୍ୟଙ୍କ ସହ ଓଡିଶା ଆସିଥିଲେ ।

ମହାଷ୍ଟମୀରେ ପୂଜା ପାଉଛନ୍ତି ମା', ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

ଆଉ ପରେ ଶ୍ରୀ ଚୈତନ୍ୟ କଟକରେ ଅବସ୍ଥାନ କରିବା ସମୟରେ କେତେଜଣ ବଙ୍ଗୀୟ ବାସିନ୍ଦା ଜଗତସିଂହପୁର ଚାଲି ଆସିଥିଲେ ଓ ପୂର୍ଣ୍ଣଙ୍ଗ ଗ୍ରାମରେ ସାଥିରେ ଆଣିଥିବା ଜୟ ଦୁର୍ଗା ମୂର୍ତ୍ତିକୁ ସ୍ଥାପନ କରି ଦୁର୍ଗା ପୂଜା ଆରମ୍ଭ କରିଥିଲେ । ତେବେ ସେହି ଦିନଠାରୁ ପରମ୍ପରା, ରୀତିନୀତି ଅନୁଯାୟୀ ମା'ଙ୍କ ପୂଜା ହୋଇଆସୁଛି । କାହିଁ କେଉଁ କାଳରୁ ଏହା ଚାଲି ଆସିଥିବାବେଳେ ଏଠାରେ ମାନସିକଧାରୀ ମାନସିକ କଲେ ପୂରଣ ହେବା ନେଇ ବିଶ୍ବାସ ରହିଛି ।

ସେପଟେ ମା'ଙ୍କ ଏହି ମହାଷ୍ଟମୀ ପୂଜା ଅବସରରେ ପ୍ରଶାସନର କୋଭିଡ ଗାଇଡ ଲାଇନକୁ ମାନି ଶ୍ରଦ୍ଧାଳୁ ମାନେ ମା'ଙ୍କ ନିକଟରେ ମିଷ୍ଟାନ୍ନ ଭୋଗ ଅର୍ପଣ କରିବା ସହ ପାଣି କଖାରୁକୁ ମାଙ୍କ ଠାରେ ବଳି ପ୍ରଦାନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁମାନେ ସୂଚନା ଦେଇଛନ୍ତି ।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details