ଜଗତସିଂହପୁର:ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ପୀଠରେ ଷଷ୍ଠୀପୂଜା। ଯାହାକୁ ନେଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ରବିବାର ମଧ୍ୟରାତ୍ରରେ ସୁସଜିତ ବିମାନରେ ମା’ଙ୍କୁ ନିଆଯାଇ ପର୍ଶୁରାମଙ୍କ ସହ ଭେଟ ହେବାର ବିଧି ରହିଛି।
ଏକଦା ଶାରଳା କ୍ଷେତ୍ରକୁ ବାଣୀ କ୍ଷେତ୍ର କୁହାଯାଉଥିଲେ ବି କେତେକଙ୍କ ମତରେ ଏହା ପର୍ଶୁରାମ କ୍ଷେତ୍ର ଭାବେ ମଧ୍ୟ ବିଦିତ ରହିଛି। ଭଗବାନ ପର୍ଶୁରାମ ବିଶ୍ବ ପରିକ୍ରମା କରିବା ସମୟରେ କିଛି ସମୟ ଏହି ସ୍ଥାନରେ ବିଶ୍ରାମ କରିଥିଲେ। ନିଜର ଧନୁକୁ ଭୂମିରେ ରଖିବା ସମୟରେ ଭୂମି ଠାରୁ ଧନୁଟି ଉର୍ଦ୍ଧ୍ବକୁ ଉଠି ଯାଇଥିଲା। ଯାହାଦେଖି ପର୍ଶୁରାମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଠାରେ ଭୂମିକୁ ଖନନ କରି ଏକ ବିରାଟ ଶିଳା ଦେଖିବାକୁ ପାଇଥିଲେ। ସେଇ ଶିଳାକୁ ନିଜ ଶର ମୁନରେ ମା ଙ୍କ ଅଷ୍ଟଭୁଜା ମୂର୍ତ୍ତିକୁ ଅଙ୍କନ କରି ପୂଜାର୍ଚ୍ଚନା କରିଥିଲେ।