ଓଡିଶା

odisha

ETV Bharat / state

ଲେଫ୍ଟନାଣ୍ଟ ଜେନେରାଲ CP Mohantyଙ୍କୁ PVSM ସମ୍ମାନ, ଗାଁରେ ଉତ୍ସବର ମାହୋଲ - Lt. Gen ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ PVSM ସମ୍ମାନ

ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି (Lt Gen CP Mohanty)ଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ସମ୍ମାନ ପ୍ରଦାନ । ଯାହାକୁ ନେଇ ଚଣ୍ଡୀ ପ୍ରସାଦଙ୍କ ପୈତୃକ ଗାଁରେ ଖୁସିର ଖୁସିର ଲହରୀ ଖେଳି ଯାଇଛି । ଅଧିକ ପଢନ୍ତୁ

Lt. Gen ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ PVSM ସମ୍ମାନ, ଗାଁରେ ଉତ୍ସବର ମାହୋଲ
Lt. Gen ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ PVSM ସମ୍ମାନ, ଗାଁରେ ଉତ୍ସବର ମାହୋଲ

By

Published : Nov 25, 2021, 8:55 PM IST

ଜଗତସିଂହପୁର : ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫନାଣ୍ଟ ଜେନରାଲ ଚଣ୍ଡୀ ପ୍ରସାଦ ମହାନ୍ତି (Vice Chief Of Army Staff Lt Gen CP Mohanty) ଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (Param Vishisht Seva Medal-PVSM )ସମ୍ମାନ ପ୍ରଦାନ କରାଯାଇଛି । ଗତ ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ତାଙ୍କୁ ପ୍ରଦାନ କରିଥିଲେ । ଯାହାକୁ ନେଇ ଚଣ୍ଡୀ ପ୍ରସାଦଙ୍କ ପୈତୃକ ଗାଁ ଜଗତସିଂହପୁର ଜୟଗଡ଼ ଅଞ୍ଚଳରେ ଖୁସିର ଖୁସି ର ଲହରୀ ଖେଳି ଯାଇଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହାକୁ ନେଇ ଚଣ୍ଡୀ ପ୍ରସାଦଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Lt. Gen ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ PVSM ସମ୍ମାନ, ଗାଁରେ ଉତ୍ସବର ମାହୋଲ

ଖାଲି ଜଗତସିଂହପୁର ନୁହେଁ ସମଗ୍ର ଓଡିଶା ପାଇଁ ଗୌରବ ଆଣିଥିବା ଚଣ୍ଡୀ ପ୍ରସାଦ ଓଡ଼ିଆଙ୍କ ପାଇଁ ଗର୍ବ ବୋଲି କୁହାଯାଇପାରିବ। ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ପ୍ରଥମ ଓଡ଼ିଆ ଭାବେ ଚଳିତ ବର୍ଷ ଫେବୃଆରୀ ମାସ ୧ରେ ଭାରତୀୟ ସ୍ଥଳସେନାର ୪୨ତମ ଉପମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଚଣ୍ଡୀ ପ୍ରସାଦ ଦୀର୍ଘ ୩୮ ବର୍ଷର କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ ପଦ ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି । ପୂର୍ବରୁ ସେ ଭାରତୀୟ ସ୍ଥଳ ସେନାର ଦକ୍ଷିଣ କମାଣ୍ଡିଙ୍ଗ ଇନ-ଚିଫ ଥିଲେ । କଠିନ ଅଧ୍ୟବସାୟ ଓ କାର୍ଯ୍ୟ ଦକ୍ଷତା ଫଳରେ ତାଙ୍କୁ ସେନା ଉପାଧ୍ୟକ୍ଷ ପଦ ମିଳି ପାରିଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details