ଓଡିଶା

odisha

ETV Bharat / state

ପାରାଦ୍ବୀପରେ ଓଲଟିଲା ଏଲପିଜି ଗ୍ୟାସ ଟ୍ୟାଙ୍କର; ଡ୍ରାଇଭର-ହେଲପର ଆହତ - ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ଥ

ପାରାଦ୍ବୀପ ଗଡ଼ ଲକଥାନା ଅଧିନ ହାତୀ କଣ୍ଟା ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ଥ । ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଅଧିକ ପଢନ୍ତୁ

lpg gas tanker overturned
lpg gas tanker overturned

By ETV Bharat Odisha Team

Published : Nov 11, 2023, 11:19 AM IST

lpg gas tanker overturned

ଜଗତସିଂହପୁର:ପାରାଦ୍ବୀପରେ ଏଲପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ଥ । ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଲା ଟ୍ୟାଙ୍କର । ଏଭଳି ଘଟଣା ଘଟିଛି ପାରାଦ୍ବୀପ ଗଡ଼ ଲକଥାନା ଅନ୍ତର୍ଗତ ହାତୀ କଣ୍ଟା ନିକଟରେ । ଶୁକ୍ରବାର ପାରାଦ୍ବୀପରୁ ଏଲପିଜି ଗ୍ୟାସ ନେଇ ଟ୍ୟାଙ୍କରଟି ଝାରସୁଗୁଡ଼ା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇନଥିବା ବେଳେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡିଟିକୁ ଜେସିବି ଯୋଗେ ସତର୍କତାର ସହ ଉଠାଇଛନ୍ତି ।

ସୂଚନା ମୁତାବକ, ଶୁକ୍ରବାର ଏଲପିଜି ଗ୍ୟାସ ବୋଝେଇ ଗାଡିଟି ଝାରସୁଗୁଡା ଯାଉଥିବା ବେଳେ ହଠାତ ଭାରସ୍ୟାମ ହରାଇ ଗଡ଼ ହାତୀ କଣ୍ଟା ନିକଟ ଡିଭାଇଡରରେ ପିଟି ହୋଇଥିଲା ଏବଂ ଓଲଟି ପଡିଥିଲା । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ ଗ୍ୟାସ ଲିକ୍ ହୋଇ ନଥିଲା । ଏହାଦେଖି ସତର୍କତାର ସହ ଟ୍ୟାଙ୍କରକୁ ଉଠାଇବାକୁ ପ୍ରୟାସ ଆରମ୍ଭ କରିଥିଲେ ସ୍ଥାନୀୟ ଲୋକେ । ଅନ୍ୟପଟେ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିରାପତ୍ତା ଦୃଷ୍ଟିରୁ ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ ଟ୍ୟାଙ୍କର ନିକଟକୁ ଯିବା ପାଇଁ ସମସ୍ତ ଜନସାଧାରଣଙ୍କୁ ବାରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଗୁରୁତର

ଏହା ମଧ୍ୟ ପଢନ୍ତୁ: ରାସ୍ତାରେ ହୁତୁ ହୁତୁ ଜଳିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲ୍ପର

ଯାହା ସୂଚନା ମିଳିଛି, ଦୁର୍ଘଟଣା ବେଳେ ଏହି ଗ୍ୟାସ ଟ୍ୟାଙ୍କରରେ ୧୮ ଟନ୍ ଗ୍ୟାସ ବୋଝେଇ ହୋଇ ରହିଥିଲା । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ଜଣାପଡିଛି । ପାରାଦ୍ବୀପ ଲକଥାନା ପୋଲିସ ଓ ପାରାଦୀପ ଆଦର୍ଶ ଥାନା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ଟ୍ୟାଙ୍କର ଗାଡିକୁ ସତର୍କତାର ସହ ଜେସିବି ଯୋଗେ ଉଠାଇବାକୁ ଚେଷ୍ଟା କରିଥିଲେ । ସେହିପରି ଗ୍ୟାସ ଲିକେଜକୁ ରୋକିବା ପାଇଁ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଇଥିଲେ । ଆଖପାଖ ଅଞ୍ଚଳରେ ଲୋକଙ୍କୁ ଚୁଲି ଲଗାଇବା ଉପରେ କଟକଣା ଜାରି କରିଥିବା ବେଳେ ଏକ କିଲୋମିଟର ବ୍ୟାସର୍ଦ୍ଧ ମଧ୍ୟରେ ଲୋକଙ୍କୁ ଚାଲିଯିବା ପାଇଁ କୁହାଯାଇଥିଲା । ତେବେ ଏହି ଦୁର୍ଘଟଣା ପରେ ସେହି ରାସ୍ତାରେ କିଛି ସମୟ ପର୍ଯ୍ୟନ୍ତ ଯାତାୟତ ପ୍ରଭାବିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ : ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର: ଜଣେ ମୃତ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details