ଜଗତସିଂହପୁର: ସହରର ସୋମନାଥ ମୁଚୁକୁନ୍ଦ ମହାଦେବଙ୍କ ମନ୍ଦିରରେ ଶୀତଳ ଷଷ୍ଠୀ ଓ ଶିବ ବିବାହ ମହୋତ୍ସବ ମହାଡ଼ମ୍ବରରେ ପାଳିତ ହେଉଛି । ଦେବ ବିବାହ ପାଇଁ ନିର୍ବନ୍ଧ ଦେବବନ୍ଦାପନା ସହ ବରାନୁଗମ କରି ବିରାଟ ପଟୁଆରରେ ବିବାହ ପାଇଁ ବାହାରିଛନ୍ତି ମହାଦେବ।
ସାଥିରେ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରେ 8ଟା 40 ସମୟରେ ପହଞ୍ଚିଛନ୍ତି । ସେଠାରେ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଶିବ ବିବାହକୁ ନେଇ ଜଗତସିଂହପୁର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରଙ୍ଗ ବେରଙ୍ଗର ଆଲୋକସଜ୍ଜା ସାଙ୍ଗକୁ ଆତସବାଜିରେ ସହର ପ୍ରକମ୍ପିତ ହେଉଛି।