ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ଶିଳ୍ପାଞ୍ଚଳ ପାରାଦ୍ବୀପ ସହରର ପ୍ରସିଦ୍ଧ ବିଶ୍ବକର୍ମା ପୂଜା (Biswakarma puja in Paradip) ଚଳିତ ବର୍ଷ ଚମକ ହରାଇଛି । କାଲି ପୂଜା ହୋଇଥିବା ବେଳେ ଆଜି ହୋଇଛି ବିସର୍ଜନ । ନାହିଁ ଆଖି ଝଲସିଲା ଭଳି ମେଢ଼ କି ଗଗନ ଚୁମ୍ବି ଅଟ୍ଟାଳିକାର ଭ୍ରମ ସୃଷ୍ଟି କରୁଥିବା ତୋରଣ । ସତେ ଯେମିତି କୋରୋନାର ମାଡ଼ରେ ଧରାଶାୟୀ ସହରର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ।
ଚମକ ହରାଇଲା ପାରାଦ୍ବୀପର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପାରାଦ୍ବୀପର ବିଶ୍ଵକର୍ମା ପୂଜା ଚଳିତ ବର୍ଷ ଅତି ନିରାଡ଼ମ୍ବର ଭାବେ ପାଳନ ହୋଇଛି । ଗତକାଲି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଦେବଶିଳ୍ପୀଙ୍କୁ ବିସର୍ଜନ କରି ଦିଆଯାଇଛି। ସମ୍ପ୍ରତି ପାରାଦ୍ବୀପ ପୋର୍ଟ ପାରାଦ୍ବୀପ ତୈଳ ବିଶୋଧନାଗାର ଠାରୁ ଆରମ୍ଭ କରି ଇଫ୍କୋ, ପିପିଏଲ ଭଳି ଅନେକ କାରଖାନା ଗଢି ଉଠିଛି । ସେଠାରେ ମଧ୍ୟ ଅନେକ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥାଏ ।
ଏହା ବି ପଢନ୍ତୁ- ଶାରଳାଙ୍କ ପୀଠରେ ଆଜିଠୁ ଷୋଡଶ ଦିନାତ୍ମକ ପୂଜା
ଯାହାକୁ ଦେଖିବା ପାଇଁ ଖାଲି ଜଗତସିଂହପୁର କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଆସି ପାରାଦ୍ବୀପରେ ଭିଡ଼ ଜମାନ୍ତି । ତେବେ କୋରୋନା ମହାମାରୀ ଫଳରେ ଦୁଇ ବର୍ଷ ବିଶ୍ଵକର୍ମା ପୂଜା ବନ୍ଦ ରହିଥିବାବେଳେ, ଚଳିତ ବର୍ଷ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କଟକଣା ନ ଥାଇ ମଧ୍ୟ ବିଶ୍ଵକର୍ମା ପୂଜା କରାଯାଇନାହିଁ । ଯାହାକୁ ନେଇ ବ୍ୟବସାୟୀ ନିରାଶ ହୋଇଥିବାବେଳେ ଲୋକ ମଧ୍ୟ ନିରାଶ ହୋଇଛନ୍ତି ।
ଏହା ବି ପଢନ୍ତୁ- ଏଥର ଧୁମଧାମରେ ହେବ କଳିଙ୍ଗ ବାଲିଯାତ୍ରା
ଜିଲ୍ଲାର ପାରାଦ୍ବୀପ ସହରରେ ପ୍ରତିବର୍ଷ ବିଶ୍ବକର୍ମା ପୂଜା ଧୁମାଧାମରେ ପାଳନ କରାଯାଏ । ପାରାଦ୍ବୀପର ବିଭିନ୍ନ ଶିଳ୍ପାଞ୍ଚଳ ପକ୍ଷରୁ ସୁଉଚ୍ଚ ତୋରଣ କରାଯାଏ । ଏହାକୁ ଦେଖିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟେ । ଏହାସହିତ ଭଳିକି ଭଳି ଖାଇବା ଷ୍ଟଲଠୁ ଆରମ୍ଭ କରି ଦୋକାନ ବଜାର ମଧ୍ୟ ପଡିଥାଏ । ଲୋକେ ସୁନ୍ଦର ଆଲୋକମାଳାରେ ସଜ୍ଜିତ ତୋରଣକୁ ଉପଭୋଗ କରିବା ସହିତ ମେଳାରେ ମଧ୍ୟ ବୁଲିଥାନ୍ତି । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ଏହି ସମୟରେ ସହର ଚଳଚଞ୍ଚଳ ହୋଇଉଠିଥିବାବେଳେ ଏବର୍ଷ କିନ୍ତୁ ଖାଁ ଖାଁ ହୋଇପଡ଼ିଛି । ଏ ନେଇ ସହରବାସୀଙ୍କ ସମେତ ଜିଲ୍ଲାବାସୀ ଦୁଃଖ ପ୍ରକାଶ କରିଛନ୍ତି । ମାତ୍ର ସହରରେ ଚଳିତ ବର୍ଷ ମହାଆଡମ୍ବରରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଜଗତସିଂହପୁର