ଓଡିଶା

odisha

ETV Bharat / state

ଲକଡାଉନ ପ୍ରଭାବ: ଜଗତସିଂହପୁର ଠପ୍‌

ଗତ ସୋମବାର ମଧ୍ୟରାତ୍ରିରୁ ଜଗତସିଂହପୁର ଜିଲ୍ଲାକୁ ଲକଡାଉନ ଘୋଷଣା କରାଯିବା ପରେ ମଙ୍ଗଳବାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଅଧିକ ପଢନ୍ତୁ...

jagatsinghpur latest news, lockdown effect in jagatsinghpur, daily life takes a hault in jagatsinghpur, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ ଲକଡାଉନ ପ୍ରଭାବ, ଜଗତସିଂହପୁର ଠପ୍‌
ଲକଡାଉନ ପ୍ରଭାବ: ଜଗତସିଂହପୁର ଠପ୍‌

By

Published : Mar 24, 2020, 10:30 PM IST

ଜଗତସିଂହପୁର: ଗତ ସୋମବାର ମଧ୍ୟରାତ୍ରିରୁ ଜଗତସିଂହପୁର ଜିଲ୍ଲାକୁ ଲକଡାଉନ ଘୋଷଣା କରାଯିବା ପରେ ମଙ୍ଗଳବାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରବେଶ ପଥକୁ ସିଲ କରିଦିଆଯିବା ସହ ଜଗତସିଂହପୁର ଓ ପାରାଦ୍ବୀପ ସହର ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଲକଡାଉନ ପ୍ରଭାବ: ଜଗତସିଂହପୁର ଠପ୍‌

ସେପଟେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଔଷଧ, ଫଳ, ଅଣ୍ଡା ଓ ପନିପରିବା ଦୋକାନକୁ ଛାଡି ଦେଲେ ଅନ୍ୟ ଦୋକାନଗୁଡିକ ବନ୍ଦ କରିଦିଆଯାଇଛି। ପୌର ପରିଷଦ ପକ୍ଷରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ତେଣେ ବୁଧବାର ଠାରୁ କନ୍ଦରପୁରରୁ ପାରାଦ୍ବୀପ ଓ କନ୍ଦରପୁରଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ । ଏନେଇ ଏସପି ପ୍ରକାଶ ରଙ୍ଗରାଜ ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details