ପାରାଦ୍ବୀପ:ପାରାଦ୍ୱୀପରେ ରାସ୍ତା ପାଇଁ ଆନ୍ଦୋଳନ କରିଛନ୍ତି ଅଞ୍ଚଳବାସୀ । ପାରାଦ୍ୱୀପ ଅଠର ବାଙ୍କୀଠାରୁ ଦୋ ଛକି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଯାତାୟତ କରୁଥିବା ଅନେକ ଯାତ୍ରୀଙ୍କ ଜୀବନ ଯାଉଛି । ଏହି ସମସ୍ୟାକୁ ନେଇ ପାରାଦ୍ୱୀପବାସୀ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ରାସ୍ତା ସମସ୍ୟାକୁ ନେଇ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ପ୍ରତ୍ୟେକ ଦିନ ନିରୀହ ଲୋକଙ୍କ ଜୀବନ ଯାଉଛି । ପାରାଦ୍ୱୀପ ଏକ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ପଣ୍ୟ ବୋଝେଇ ଗାଡି ଏହି ରାସ୍ତା ଦେଇ ପାରାଦ୍ବୀପ ବନ୍ଦରକୁ ଯାତାୟାତ କରିଥାନ୍ତି। ହେଲେ ରାସ୍ତା ଖରାପ ଥିବାରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।
ଅଠରବାଙ୍କୀଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ଅଠରବାଙ୍କୀରୁ ଦୋଛକି ରାସ୍ତାରେ ବଡବଡ ଖାଲଖମା ହୋଇ ପଡିଥିବାରୁ ଦୁର୍ଘଟଣାରେ ଅନେକ ଧନଜୀବନ କ୍ଷୟକ୍ଷତି ହେଉଛି। ଏହି ରାସ୍ତାକୁ ପାରାଦ୍ବୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ଓ କଟକ-ପାରାଦ୍ବୀପ ରାଜ୍ୟ ରାଜପଥ ସଂଯୋଗ କରୁଥିବାବେଳେ NHAIର ନିଘା ନଥିବା ଅଭିଯୋଗ ହୋଇଛି । ଏପରିକି ବାରମ୍ବାର ଅଭିଯୋଗ ସତ୍ତ୍ବେ ରାସ୍ତାର ସମସ୍ୟା ଦୂର ହୋଇପାରୁନି। ଯେଁଉଥିପାଇଁ ପାରାଦ୍ବୀପରେ ଟ୍ରାଫିକ ସମସ୍ୟା ଏବେ ସୀମା ଟପିଲାଣୀ । ପ୍ରତିଦିନ ନିରୀହ ଲୋକଙ୍କ ଜୀବନ ଯାଉଛି । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।
ଏହା ବି ପଢନ୍ତୁ...ବାଟ ଓଗାଳୁଛି ରେଳପଥ: ଯାତାୟତ ପାଇଁ ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ