ଓଡିଶା

odisha

ETV Bharat / state

କୋରୋନା ରୋଗୀଙ୍କ ମୃତଦେହ ସତ୍କାରକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ - ତ ଦେହ ସତ୍କାରକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

କୋରୋନା ସଂକ୍ରମିତ ମୃତ୍ୟୁକୁ ଯେତେ ଡରୁ ନାହାନ୍ତି ମରିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହାକୁ ଚିନ୍ତା କରି ବେଶୀ ଡ଼ରି ଯାଉଛନ୍ତି ପରିବାର ଲୋକେ । ଏପଟେ ଜଗତସିଂହପୁର ଜିଲ୍ଲାରେ କୋରୋନାରେ ମୃତ ଦୁଇ ଜଣଙ୍କ ଅନ୍ତିମ ସଂସ୍କରକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Locals protest againt funeral who was death in corona
କୋରୋନା ରୋଗୀଙ୍କ ମୃତ ଦେହ ସତ୍କାରକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

By

Published : Sep 24, 2020, 10:01 AM IST

ଜଗତସିଂହପୁର: କୋରୋନା ବଦଳାଇଛି ମୃତ୍ୟୁର ପରିଭାଷା । କୋରୋନା ସଂକ୍ରମିତ ମୃତ୍ୟୁକୁ ଯେତେ ଡ଼ରୁ ନାହାନ୍ତି ମରିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହାକୁ ଚିନ୍ତା କରି ବେଶୀ ଡ଼ରି ଯାଉଛନ୍ତି ପରିବାର ଲୋକେ । ମୃତ୍ୟୁ ପରେ ମୃତକଙ୍କ ଶବ କେଉଁ ଅବସ୍ଥାରେ କେଉଁଠି ଅନ୍ତିମ ସଂସ୍କାର କରାଯିବ ତାହା ଅନେକଙ୍କୁ ବିବ୍ରତ କରି ପକାଉଛି । ବର୍ତମାନ କୋରୋନା ମୃତ୍ୟୁ ତ ଦୂରର କଥା, ଅନ୍ୟ ସାଧାରଣ ମୃତକଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିବାର ଆଶଙ୍କା ରହିଛି ।

କୋରୋନା ରୋଗୀଙ୍କ ମୃତ ଦେହ ସତ୍କାରକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

ଏପଟେ ଜଗତସିଂହପୁର ଜିଲ୍ଲାରେ କୋରୋନାରେ ମୃତ ଦୁଇ ଜଣଙ୍କ ଅନ୍ତିମ ସଂସ୍କରକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ସୂଚନାମୁତାବକ ଗତସିଂହପୁର ପୌର ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାର ଅପରାହ୍ନରେ ଗୁପ୍ତ ଭାବେ ଦୁଇ କୋରୋନା ରୋଗୀଙ୍କ ମୃତ ଦେହକୁ ଅଣାଯାଇଥିଲା। ହେଲେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଲୋକମାନେ ଏହାକୁ ତୀବ୍ର ବିରୋଧ କରିବା ସହ ଶବକୁ ସଂସ୍କାର କରାଇଦେଇ ନଥିଲେ। ପୌର ପ୍ରଶାସନ ଶେଷରେ ଶବକୁ ଫେରାଇ ନେଇଥିଲା।

ଆଜି ପୌର ପ୍ରଶାସନ ପକ୍ଷରୁ ପୋଲିସ ସହାୟତାରେ ମୃତ ଦେହକୁ ଅଣାଯାଇ କଲେଜ ଛକ ନିକଟ ମଶାଣିରେ ସତ୍କାର କରାଯାଇଥିଲା । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଦୁଇ କୋରୋନା ରୋଗୀଙ୍କ ସତ୍କାର ହେବା ପରେ ଲୋକେ ଭୟରେ ଘରୁ ପଦାକୁ ବାହାରୁ ନଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details