ଜଗତସିଂହପୁର: ସହରରେ ବୃଦ୍ଧି ପାଉଛି ଚୋରି । ଫଳରେ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସୋମନାଥ ବଣିକ ସଂଘ । ଏନେଇ ସୋମନାଥ ବଣିକ ସଂଘ ପକ୍ଷରୁ ରାସ୍ତାରୋକ ସହିତ ପୌର କାର୍ଯ୍ୟାଳୟରେ ତାଲା ପକାଯାଇଛି ।
ବଣିକ ସଂଘ ଅଭିଯୋଗ କରିଛି, ଯେ ଗତ ମାସରେ ୫୦ରୁ ଅଧିକ ଦୋକାନ ଘରୁ ଚୋରି ହେବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏଥିରେ ପୋଲିସ ପ୍ରଶାସନ ନିଷ୍କ୍ରିୟତାକୁ ପଦାରେ ପକାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବ୍ୟବସାୟୀଙ୍କ କହିବା କଥା ହେଲା ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ଟିକସ ଆଦାୟ କରାଯାଉଥିଲେ ମଧ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉନାହିଁ ।