ଜଗତସିଂହପୁର:ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମରେ ଭୋଟ ବାକ୍ସ ରଖାଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ତେନ୍ତୁଳିପଦାର ଏକ ବୁଥ୍ରେ ଭୋଟ ଗ୍ରହଣ ଶେଷ ହେବାପରେ ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ ରୁମକୁ ନିଆଯିବା ବାଟରେ ଅନ୍ୟ ଏକ ସ୍ଥାନରେ ଭୋଟ ବାକ୍ସ ଗୁଡିକୁ କଢ଼ା ଯାଇଥିବା ନେଇ ଅଭିଯୋଗ ହୋଇଥିଲା ।
କେଉଁ କାରଣରୁ ବାଟରେ ଭୋଟ ବାକ୍ସ ଗୁଡ଼ିକ କଢା ଯାଇଥିଲା, ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିବା ସହ ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ଘେରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ତିର୍ତ୍ତୋଲ ଥାନା ପୋଲିସ ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ।