ଜଗତସିଂହପୁର:ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜପା ପଞ୍ଚାୟତର ଆଜି ବି ପାଣି ଘେରରେ ରହିଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ନିକଟକୁ କୌଣସି ଅଧିକାରୀ ଆସି ସ୍ଥିତି ସମ୍ପର୍କରେ ବୁଝିନାହାନ୍ତି । ତେବେ ଏହି ବନ୍ୟା ବିପନ୍ନଙ୍କୁ ଅବହେଳା କରାଯିବାରୁ ଏମାନେ ପ୍ରତିବାଦ କରି ୫୫ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।
ଲଘୁଚାପ ବର୍ଷାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ବିପନ୍ନ ଲୋକମାନଙ୍କୁ ପଲିଥିନ କିମ୍ବା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇନି । ଯାହା ଫଳରେ ଲୋକେ ଖୋଲା ଆକାଶ ତଳେ ଭୋକ ଉପାସରେ ରହିଛନ୍ତି । ଅପରପକ୍ଷରେ ଏହି ପଞ୍ଚାୟତରେ ଧାନ ଫସଲ ସମ୍ପୂର୍ଣ୍ଣ ଧୋଇ ହୋଇଯିବା ସହିତ ଏକାଧିକ ଗ୍ରାମ୍ୟ ରାସ୍ତା ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନର ଏହି ଅବହେଳାକୁ ନେଇ ଜପା ପଞ୍ଚାୟତର ଶତାଧିକ ଲୋକେ ରାସ୍ତା ଅବରୋଧ କରି ବସିଥିବା ଦେଖିବାକୁ ମିଳିଛି ।