ଓଡିଶା

odisha

ETV Bharat / state

ଜଗତସିଂହପୁର ଜିଲ୍ଲା ବିକାଶର ଅନ୍ୟତମ ସ୍ରଷ୍ଟା ବିଷ୍ଣୁ ଦାସ - ଜଗତସିଂହପୁର ଖବର

ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଜଗତସିଂହପୁର ଜିଲ୍ଲାର ଅନ୍ୟତମ ସ୍ରଷ୍ଟା । ଜିଲ୍ଲାର ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ସେ ଯୁଗନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ ।ଜିଲ୍ଲାର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲା ବିକାଶର ଅନ୍ୟତମ ସ୍ରଷ୍ଟା ବିଷ୍ଣୁ ଦାସ
ଜଗତସିଂହପୁର ଜିଲ୍ଲା ବିକାଶର ଅନ୍ୟତମ ସ୍ରଷ୍ଟା ବିଷ୍ଣୁ ଦାସ

By

Published : Jul 8, 2020, 10:24 PM IST

ଜଗତସିଂହପୁର: ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଜଗତସିଂହପୁର ଜିଲ୍ଲାର ଅନ୍ୟତମ ସ୍ରଷ୍ଟା । ଜଗତସିଂହପୁର ଜିଲ୍ଲା ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଜିଲ୍ଲାର ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ସେ ଯୁଗନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ ।

ଜଗତସିଂହପୁର ଜିଲ୍ଲା ବିକାଶର ଅନ୍ୟତମ ସ୍ରଷ୍ଟା ବିଷ୍ଣୁ ଦାସ

1993 ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଜ୍ୟର 10 ଟି ଜିଲ୍ଲା ବିଭାଜନ କରି 24 ନୂତନ ଜିଲ୍ଲା ଭାବେ ଶିଳାନ୍ୟାସ କରିଥିଲେ । ସେହି ସମୟରେ ଜଗତସିଂହପୁର ଜିଲ୍ଲା ଗଠନ କୁ ନେଇ ମତଭେଦ ଦେଖାଦେଇଥିଲା । ହେଲେ ଏସବୁକୁ ପଛରେ ପକାଇ ବିଷ୍ଣୁ ଦାସ ବିଜୁବାବୁଙ୍କୁ ଆଣି 1993 ମସିହା ଅପ୍ରେଲ ମାସ 3 ତାରିଖରେ ଜିଲ୍ଲା ଗଠନର ମୂଳଦୁଆ ପକାଇଥିଲେ । ବିଷ୍ଣୁ ଦାସ ଥିଲେ ଗରିବ ଖଟିଖିଆର ବନ୍ଧୁ । ଗରିବଙ୍କ ଦୁଃଖ ଦେଖିଲେ ତାଙ୍କ ହୃଦୟ ବିଚଳିତ ହୋଇଯାଉଥିଲା । ଦଳିତ ପରିବାରରେ ଜନ୍ମ ବିଷ୍ଣୁ ଦାସ 5 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସ୍ଵଳ୍ପ ସମୟ ପାଇଁ ସେ ରାଜ୍ୟସଭା ସାଂସଦ ଓ ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ଜିଲ୍ଲାର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ,ଯୋଗଧାରୀ ବସଷ୍ଟାଣ୍ଡ, କୃଷକ ବଜାର, ନାଉଙ୍ଗାର ଡାହାଣୀ ଖିଆ ସେତୁ, ସଂସ୍କୃତି ଭବନ, ଆଦି ତାଙ୍କର ଅମ୍ଳାନ କୀର୍ତ୍ତି । ଜଗତସିଂହପୁର ଜିଲ୍ଲାର ଏହି ପ୍ରଗତିର ସାରଥୀ ଆଜି ନିରବୀ ଯାଇଛନ୍ତି ସତ କିନ୍ତୁ ତାଙ୍କର ଅବଦାନ ଚିରଦିନ ଏ ମାଟି ମାନେ ରଖିବ ଏଥିରେ ସନ୍ଦେହ ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details