ଜଗତସିଂହପୁର:ଏଣିକି ରାତି 10ଟା ହେଲେ ଜିଲ୍ଲାରେ ବାଜିବ ନାହିଁ ଡିଜେ । ହସ୍ପିଟାଲ, ସ୍କୁଲ, କଲେଜ, ଥାନା, କୋର୍ଟ ଓ ସରକାରୀ ଦପ୍ତର ନିକଟରେ ଡିଜେ ବାଜିବ ନାହିଁ । ଯଦି କେହି ନିୟମ ନମାନନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ । ଏଭଳି ପଦକ୍ଷେପ ଗ୍ରହଣ କରିଛି ଜଗତସିଂହପୁର ଜିଲ୍ଲାର ଜଗନ୍ନାଥ ଟେଣ୍ଟ, ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ।
ଶନିବାର ଜିଲ୍ଲା ରାହାମାସ୍ଥିତ ଜିତ ମଣ୍ଡପରେ ଜଗନ୍ନାଥ ଟେଣ୍ଟ, ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ଶିଶିର କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଜଗତସିଂହପୁର, ରଘୁନାଥପୁର , ତିର୍ତ୍ତୋଲ, କୁଜଙ୍ଗ, ପାରାଦ୍ୱୀପ ଓ ଜିଲ୍ଲାର ପାଖାପାଖି ୭୦ରୁ ଉର୍ଦ୍ଧ ଟେଣ୍ଟ,ଲାଇଟ ଓ ସାଉଣ୍ଡ ମାଲିକଙ୍କ ସମେତ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ମାଲିକମାନେ ଏଥିରେ ଭାଗ ନେଇଥିଲେ।
ଶବ୍ଦ ପ୍ରଦ୍ୟୁଷଣ ରୋକିବା, ସଂସ୍ଥାରେ କାମ କରୁଥିବା କର୍ମଚାରୀ ଓ ମାଲିକ ମାନଙ୍କ ସୁରକ୍ଷା ସହ ସମାଜର କଲ୍ୟାଣ ପାଇଁ ସଂଘ ଏହିଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି କୁହାଯାଇଛି । ଅନ୍ୟମାନଙ୍କୁ କ୍ଷତି ନପହଞ୍ଚାଇବା ପାଇଁ ସଂଘ ପକ୍ଷରୁ ୭ଦଫା ନିୟମ ଘୋଷଣା କରାଯାଇଛି । ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ, ବିବାହ, ବ୍ରତ, ଉତ୍ସବ ଅନୁଷ୍ଠାନ ଓ ଶୋଭାଯାତ୍ରାରେ ସାଉଣ୍ଡ ବଜାଇବା ଉପରେ ନିର୍ଦ୍ଧିଷ୍ଟ ଗାଇଡଲାଇନ ଘୋଷଣା କରାଯାଇଛି ।
1- ସାଉଣ୍ଡ ଗାଡି ଗୁଡିକ 1ରୁ 8ସିଙ୍ଗଲ ବେସ କିମ୍ବା 4ଟି ଡୁଆଲ ବେସ ସହ 4ଟି ଟପ୍ କିମ୍ବା 4ଟି ଲାଇନର ସାଉଣ୍ଡ ଗାଡିରେ ଲଗାଇ ପ୍ରୋଗ୍ରାମ କରିପାରିବେ।
2-ସର୍ବାଧିକ 10ଟି ହାଇସ ବା ୟୁନିଟ ଲଗାଇ ପାରିବେ।
3-ଭଷାଣି ପାଇଁ ସ୍ଥାନୀୟ ଥାନା କିମ୍ବା ପଞ୍ଚାୟତଠାରୁ ଅନୁମତି ନେବା ବାଧ୍ୟତାମୂଳକ।