ପାରାଦ୍ବୀପ: ପାରାଦ୍ବୀପ ଉପକଣ୍ଠରେ ମାଛ ମଡକ । ଟନ୍ ଟନ୍ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ପାରାଦ୍ବୀପ ଲକ୍ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ସହ ପାରାଦ୍ବୀପ ମତ୍ସ୍ୟ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ମତ୍ସ୍ୟ ବିଭାଗ ଓ ପାରାଦ୍ବୀପ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକଣ୍ଠ ଷଣ୍ଡକୂଦ ଅଞ୍ଚଳର ଗୋଠ ଡିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ନଦୀରେ କୁଢ କୁଢ ମାଛ ମଡ଼କ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ଘଟଣାସ୍ଥଳରେ ମତ୍ସ୍ୟ ବିଭାଗର ଅଧିକାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପାରାଦ୍ବୀପ ଉପକଣ୍ଠ ଷଣ୍ଡକୂଦ ଠାରେ ଥିବା ଗୋଠଡିଆ ଗ୍ରାମର ଏକ ଜୋରରେ କୈବର୍ତ୍ତ ସମ୍ପ୍ରଦାୟର ଲୋକେ ପୀଢ଼ି ପୀଢ଼ି ଧରି ମାଛ ଚାଷ କରି ଜୀବିକା ନିର୍ବାହ କରି ଆସୁଥିଲେ । ପୂର୍ବରୁ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ସେହି ଜୋରକୁ ଲିଜ ଆକାରରେ ଦେଇଥିଲେ । ହେଲେ ସେଥିରେ ଅର୍ଥ ଠିକ ଭାବରେ ନ ମିଳିବାରୁ ସେ ବ୍ୟକ୍ତିଙ୍କ ଠାରୁ ଗ୍ରାମବାସୀମାନେ ଲିଜ ପ୍ରତ୍ୟାହାର କରି ନିଜେ ଯାଆଁଳ ଛାଡିଥିବା କହିଛନ୍ତି ଗ୍ରାମବାସୀ ।