ଓଡିଶା

odisha

ପାରାଦ୍ୱୀପରେ ମାଛ ମଡ଼କ, ପୋଖରୀରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ

By

Published : May 2, 2022, 1:35 PM IST

Updated : May 2, 2022, 2:00 PM IST

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ଶର୍ମା ପୋଖରୀରେ ମାଛ ମଡ଼କ । ପାଣିରେ ମରି ଭାସୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ଅଧିକ ପଢନ୍ତୁ

ପାରାଦ୍ୱୀପରେ ମାଛ ମଡ଼କ, ମରିକି ଭାସିଲେ ଟନଟନ ମାଛ
ପାରାଦ୍ୱୀପରେ ମାଛ ମଡ଼କ, ମରିକି ଭାସିଲେ ଟନଟନ ମାଛ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଇଫ୍କୋ ଛକ ନିକଟରେ ଥିବା ଶର୍ମା ପୋଖରୀରେ ମାଛ ମଡ଼କ ଦେଖିବାକୁ ମିଳିଛି । ପ୍ରାୟ 7 ଏକରରୁ ଅଧିକ ଥିବା ଏକ ବିରାଟ ପୋଖରୀରେ ଆଜି ସକାଳୁ ଟନ ଟନ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଥିଲା । ରୋହି ଭାକୁର ବିଭିନ୍ନ ପ୍ରଜାତିର ବଡ଼ ବଡ଼ ମଲା ମାଛ ପାଣିରୁ ଛାଣି ନେଇଯାଉଛନ୍ତି ଲୋକେ । ତେବେ ମାଛ ମଡ଼କର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ ।

ପାରାଦ୍ୱୀପରେ ମାଛ ମଡ଼କ, ପୋଖରୀରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ

ସୂଚନାଅନୁସାରେ, ପ୍ରାୟ 7 ଏକରରୁ ଅଧିକ ଥିବା ଏକ ବିରାଟ ପୋଖରୀରେ ଆଜି ସକାଳୁ ଟନଟନ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଥିଲା ।ଏହା ଦେଖି ସ୍ଥାନୀୟଲୋକେ ମତ୍ସ ବିଭାଗକୁ ଖବର ଦେଇଥିଲେ । ରୋହି, ମାଗୁର, ମିରିକାଳୀ ଓ ଅନ୍ୟାନ୍ୟ ମାଛ ଗୁଡିକୁ ଲୋକେ ପାଣିରୁ ଛାଣି ବୋହି ନେଇଯାଉଥିବା ଦେଖିବାକୁ ମିଳିଥିଲା । ଶିଳ୍ପ ସଂସ୍ଥାର ବିଷାକ୍ତ ରାସାୟନିକ ପଦାର୍ଥ ପାଣିରେ ମିଶିବା ଦ୍ୱାରା ଏହା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଭାସୁଥିବା ମାଛର ମୂଲ୍ୟ 20 ଲକ୍ଷରୁ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 2, 2022, 2:00 PM IST

ABOUT THE AUTHOR

...view details